କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ପ୍ରଭାବିତ ଅଂଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହାସହ ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି । ସମାରୋହରେ ଏବେ ୨ ଶହ ଲୋକଙ୍କ ବଦଳରେ ମାତ୍ର ୫୦ ଜଣ ସାମିଲ ହୋଇପାରିବେ ।
ଏହାଛଡା ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଅମୁମତି ମାଗିଛନ୍ତି କେଜରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସରକାରୀ ଓ ବେସରକାରୀ ହସପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ ରହିଛି । କିନ୍ତୁ କମ ଆଇସିୟ ବେଡ ରହିଛି । ଏଥିପାଇଁ କେନ୍ଦ୍ର ସହାୟତା ଦେଇଛି । କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁ ନଥିବାରୁ ଏ ନେଇ ସତର୍କ କରାଇଛନ୍ତି ଅରବିନ୍ଦ କେଜରିୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/24-17.jpg)