କନକ ବ୍ୟୁରୋ:କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ ପ୍ରତିଷେଧକ । ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେବା ପାଇଁ ଆଇସିଏମଆରର ପରାମର୍ଶ । ଏପରିକି ଆକ୍ରାନ୍ତଙ୍କ ପରିବାର ସଦସ୍ୟ ବି ନେଇପାରିବେ ପ୍ରତିଷେଧକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବାକୁ ମନା କଲା ଆଇସିଏମଆରର ।
ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ... ‘କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ କିମ୍ବା ସେମାନଙ୍କ ସେବାରେ ନିୟୋଜିତ ପରିବାର ସଦସ୍ୟ ହିଁ ପ୍ରତିଷେଧକ ଭାବେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ବ୍ୟବହାର କରିପାରିବେ’ ।
ଲକ୍ଷଣ ଦେଖାଯାଉ ନଥିଲେ ମଧ୍ୟ ପ୍ରତିଷେଧକ ଭାବେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ
କୋଭିଡ-୧୯ ସଂକ୍ରମିତଙ୍କ ପରିବାର ସଦସ୍ୟ ମଧ୍ୟ ନେଇପାରିବେ
ପ୍ରତିଷେଧକ ନେଲେ ସୁଦ୍ଧା କ୍ୱାରେଂଟାଇନ ବା ସଂଗରୋଧ ନିୟମ ପାଳନ
ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ନେବା ପୂର୍ବରୁ ପଞ୍ଜିକୃତ ଡାକ୍ତରଙ୍କ ପରାମର୍ଶ
ପ୍ରତିଷେଧକ ନେବାପରେ ସଂକ୍ରମଣ ଲକ୍ଷଣ ଦେଖାଦେଲେ ଚିକିତ୍ସା କରାଇବେ
କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ
- ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିବାର ପ୍ରଥମ ଦିନରେ ୪୦୦ ମିଲିଗ୍ରାମ ଦିନକୁ ଦୁଇ ଥର ନେବେ
- ପରବର୍ତ୍ତୀ ୭ ସପ୍ତାହ ପାଇଁ ସପ୍ତାହକୁ ଥରେ ୪୦୦ ମିଲିଗ୍ରାମ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ନେବେ
କରୋନା ଆକ୍ରାନ୍ତଙ୍କ ସଂପର୍କରେ ଆସୁଥିବା ପରିବାର ସଦସ୍ୟଙ୍କ ପାଇଁ
- ଆକ୍ରାନ୍ତଙ୍କ ସଂପର୍କରେ ଆସିବାର ପ୍ରଥମ ଦିନରେ ୪୦୦ ମିଲିଗ୍ରାମ ଦିନକୁ ଦୁଇ ଥର ନେବେ
- ପରବର୍ତ୍ତୀ ୩ ସପ୍ତାହ ପାଇଁ ସପ୍ତାହକୁ ଥରେ ୪୦୦ ମିଲିଗ୍ରାମ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ନେବେ
Follow Us