କରୋନାରେ ଆକ୍ରାନ୍ତ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ଭାଇରସ ସଂକ୍ରମଣ ଜଣାପଡ଼ିବା ପରେ ଆଇସୋଲେସନରେ ନାଦିନ ଡ଼ୋରିସ ।

970

କନକ ବ୍ୟୁରୋ : କରୋନାରେ ଆକ୍ରାନ୍ତ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ନାଦିନ ଡ଼ୋରିସ । ଡ଼ୋରିସ ଦେଶର ପ୍ରଥମ ସାଂସଦ, ଯିଏ କି କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସ ସଂକ୍ରମଣ ଜଣାପଡ଼ିବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।

ବ୍ରିଟେନରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮୨ ଜଣ ଏହି ଭୟଙ୍କର ଭାଇରସରେ ସଂକ୍ରମିତ ଅଛନ୍ତି । ସାରା ବିଶ୍ୱରେ ପ୍ରାୟ ଶହେରୁ ଅଧିକ ଦେଶରେ କରୋନା ଭୁତାଣୁ କାୟା ବିସ୍ତାର କରୁଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଏହି ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ ଥିବା ବେଳେ ୪ହଜାରରୁ ଅଧିକା ଲୋକଙ୍କ ପ୍ରାଣହାନୀ ହେଲାଣି ।