କନକ ବ୍ୟୁରୋ : ଗୁଜରାଟ ସୁରଟରେ କରୋନାର ପ୍ରକୋପ ଜାରି ରହିଛି । କେବଳ ସୁରଟ ଜିଲ୍ଲାରେ ୧୬ଶହ ୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ବଡ କଥା ହେଲା ଗତ ୧୫ ଦିନରେ ୧୪ ଜଣ ପ୍ରବାସୀ ଓଡିଆ ପ୍ରାଣ ହରାଇଛନ୍ତି ।
ଗତ ୨୪ ଘଂଟାରେ ଆଉ ଜଣେ ଓଡିଆ ପ୍ରାଣ ହରାଇଥିବା ସୂଚନା ଆସିଛି । ସଂପୃକ୍ତ ଓଡିଆ ଗଞ୍ଜାମ ଅଂଚଳର ବୋଲି ଜଣାପଡିଛି । ପ୍ରାଣ ହରାଇଥିବା ବ୍ୟକ୍ତି ଗତ ୬ ତାରିଖରୁ କରୋନା ସଂକ୍ରମିତ ହୋଇ ସୁରଟର ନ୍ୟୁ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗୁଜରାଟର ସୁରଟ ଜିଲ୍ଲା କରୋନାରେ ବହୁତ ପ୍ରଭାବିତ ହୋଇଛି ।