କନକ ବ୍ୟୁରୋ: କରୋନା ଭାଇରସ୍ ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୨୦୦୦ ଟପିଛି। ବର୍ତ୍ତମାନ ସୁଦ୍ଧା ଏହି ଭୟଙ୍କର ଭୁତାଣୁର ଶିକାର ହୋଇ କେବଳ ଚୀନରେ ୧୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ନୂଆ ତଥ୍ୟ ସହ ଚୀନ୍ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୦୦ ରେ ପହଞ୍ଚିଥିବା ବେଳେ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨,୧୧୨ରେ ପହଞ୍ଚିଛି। ଚୀନରେ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଏବେ ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ହଂକଂରେ ଚିନ୍ତା ବଢ଼ିଛି। ଚୀନ୍ ବାଦ୍ ଦକ୍ଷିଣ କୋରିଆରେ ସମୁଦାୟ ୪୬ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସିଙ୍ଗାପୁରରେ ୮୧ ଏବଂ ଜାପାନ୍ରେ ୬୮ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଜାପାନରେ ଭାଇରସ୍ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ହଂକଂରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଇଟିବିପି କ୍ବାରେଣ୍ଟାଇନ୍ ଶିବିରରୁ ସମସ୍ତଙ୍କୁ ଘରକୁ ପଠାଗଲା

Advertisment

କରୋନା ଭାଇରସ୍ ଯୋଗୁଁ ଚୀନର ଉହାନରୁ ଆସିବା ପରେ ଆଇଟିବିବି କ୍ବାରେଣ୍ଟାଇନ୍ ଶିବିରରେ ଥିବା ସମସ୍ତ ଭାରତୀୟ ନାଗରିକ ଏବେ ସେଠାରୁ ଘରକୁ ଫେରିଛନ୍ତି। ଆଇଟିବିପିର ସ୍ବତନ୍ତ୍ର ବ୍ୟବସ୍ଥାରେ ଥିବା ଶେଷ ବ୍ୟାଚ୍ ନାଗରିକଙ୍କୁ ଗତକାଲି ଏଠାରୁ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଗତ ୧ ଏବଂ ୨ ତାରିଖରେ ଉହାନରୁ ୬୫୦ ଜଣଙ୍କୁ ଭାରତ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୦୬ ଜଣ ଆଇଟିବିପିର ବ୍ୟବସ୍ଥାରେ ଥିବାବେଳେ ଅନ୍ୟମାନେ ମାନେସର ସେନା ଶିବିରରେ ରହିଥିଲେ।