କନକ ବ୍ୟୁରୋ : ବିଶ୍ୱରେ କରୋନା ମହାମାରୀ ମାଡ଼ିଚାଲିଥିବାବେଳେ ବିଶ୍ୱ ଅର୍ଥନୀତି ବିପଦରେ ପଡ଼ିଯାଇଛି । ଏହି ସ୍ଥିତିର ମୁକାବିଲା ଲାଗି ଜି-୨୦ ଦେଶ ସମୂହ ୫ ଲକ୍ଷ କୋଟି ଡଲାରର ସହାୟତା ରାଶି ଘୋଷଣା କରାଯାଇଛି । ଆଜି ଜି-୨୦ ଦେଶମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିବା ସହ ୫ ଲକ୍ଷ କୋଟି ଡଲାର ସହାୟତା ପ୍ୟାକେଜ ପାଇଁ ଏକମତ ହୋଇଥିଲେ । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।
ଏହି ବୈଠକରେ ଲୋକମାନଙ୍କ ଜୀବନ ଓ ଜୀବିକା ବଞ୍ଚାଇବା ଉପରେ ଜୋର ଦିଆଯାଇଥିଲା । ଏହା ସହିତ ମିଳିତଭାବେ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ଉଦ୍ଧାର କରିବାକୁ ତଥା ବଜାରରେ ଭରସା ଓ ସ୍ଥିରତା ଫେରାଇଆଣିବାକୁ ନିଷ୍ପତ୍ତି ହୋଇଥିଲା । ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୨୨ ହଜାର ଟପିଯାଇଛି । ତେବେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧ଲକ୍ଷ ୧୯ ହଜାରରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/47.jpg)