ଏଥର ଆଇପିଏଲରେ ଲାଗିପାରେ କରୋନା ଗ୍ରହଣ: ବିଦେଶୀ ଖେଳାଳିଙ୍କୁ ଭିସା ମିଳିବା ନେଇ ସନ୍ଦେହ; ୧୪ରେ ପରିଚାଳନା ବୋର୍ଡ ବୈଠକରେ ହେବ ନିଷ୍ପତିି

Advertisment
କରୋନା ପାଇଁ ମଉଳୁଛି ଆଇପିଏଲ୍ ଆୟୋଜନ ଆଶା । ଅନିର୍ଦିଷ୍ଟକାଳ ସ୍ଥଗିତ ରହିପାରେ ଟୁର୍ଣ୍ଣାମେଣ୍ଟ, ଗାଙ୍ଗୁଲିଙ୍କ ଇସାରା ମ୍ୟାଚ୍ ଆୟୋଜନ ଅପେକ୍ଷା ଦେଶ ବଡ଼ ।

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲକୁ ଲାଗିପାରେ କରୋନା ଗ୍ରହଣ । କରୋନା ଭୂତାଣୁ ସଂକ୍ରମଣ ଭୟ ଥିବାରୁ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ ବିଦେଶୀ ଖେଳାଳିଙ୍କ ଚମକ । କାରଣ କରୋନା ପାଇଁ ଏଥର ଆଇପିଏଲ ଖେଳିବାକୁ ବିଦେଶୀ ଖେଳାଳିଙ୍କୁ ଭାରତ ଦେବନି ଭିସା । ସରକାର କରୋନା ଭୂତାଣୁ ସଂକ୍ରମଣରେ ରୋକ୍ ଲଗାଇବାକୁ ସମସ୍ତ ବିଦେଶୀ ନାଗରିକଙ୍କ ଭିସାକୁ ମାସକ ପାଇଁ ରଦ୍ଦ କରିଛନ୍ତି । ମାର୍ଚ ୧୫ରୁ ଅପ୍ରେଲ ୧୫ ଯାଏଁ ଏହା ଲାଗୁ ରହିବ । ଏହି ନିୟମ ଆଧାରରେ ଆସନ୍ତା ଏପ୍ରେଲ ୧୫ ତାରିଖ ସୁଦ୍ଧା ବିଦେଶୀ ଖେଳାଳିଙ୍କ ଭିସା ରଦ୍ଦ ରହିବ । ୨୯ ମାର୍ଚ୍ଚରୁ ବାଜିବ ଇଣ୍ଡିଆନ୍ ପ୍ରିମିୟର ଲିଗର ବିଗୁଲ୍ ।

publive-image

ଯଦି ଭିସା ରଦ୍ଦ ନିୟମ କାଏମ ରହେ ତେବେ ଏପ୍ରେଲ ୧୫ ତାରିଖ ଯାଏଁ ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବନି ବିଦେଶୀ ଖେଳାଳିଙ୍କୁ । ୧୪ ମାର୍ଚ୍ଚରେ ବସିବାକୁ ଥିବା ଆଇପିଏଲ ପରିଚାଳନା ବୋର୍ଡ ବୈଠକରେ ବିଦେଶୀ ଖେଳାଳିଙ୍କ ଭିସା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ । ବିସିସିଆଇ ସୂଚନା ଅନୁସାରେ ଆଇପିଏଲରେ ଖେଳିବାକୁ ଆସୁଥିବା ବିଦେଶୀ ଖେଳାଳିଙ୍କ ଭିସା ବାଣିଜ୍ୟିକ ଶ୍ରେଣୀରେ ଆସୁଛି । ତେଣୁ ଏହାକୁ ସରକାର ଅନୁମତି ଦେବା ଆଶା କମ୍ । ଭାରତରେ କରୋନା ଭୂତାଣୁର ନୂଆ ରୋଗୀ ପ୍ରତ୍ୟକ ଦିନ ମିଳୁଥିବାରୁ ବିଦେଶୀ ଖେଳାଳିଙ୍କୁ ଏପରି ସମୟରେ ଭାରତ ଆସିବାକୁ ଅନୁମତି ମିଳିବା ଆଶା କମ୍ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe