ସାରା ବିଶ୍ୱକୁ ନମସ୍କାରର ମହତ୍ତ୍ୱ ଜଣାଇଦେଲା କରୋନା : ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର ଜଣାଇ ସ୍ୱାଗତ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

462

କରୋନା ଭାଇରସ୍ ସାଙ୍ଗକୁ ଏହାର କୋକୁଆ ଭୟ ଦୁନିଆରେ ଏଭଳି ବ୍ୟାପିଛି ଯେ ଲୋକମାନେ ଭାରତୀୟ ସଂସ୍କୃତିକୁ ଆପଣାଉଛନ୍ତି । ଏବେ ହ୍ୟାଣ୍ଡସ୍ୟାକ୍ ବଦଳରେ ନମସ୍କାର କରୁଛି ସମ୍ପୁର୍ଣ୍ଣ ବିଶ୍ୱ । ଘରକୁ ଆସୁଥିବା ଅତିଥି କିମ୍ବା ବନ୍ଧୁବାନ୍ଧବଙ୍କ ସ୍ୱାଗତ କରିବା ପାଇଁ ସାଧାରଣ ଲୋକ ନମସ୍କାର କରୁଥିବା ବେଳେ ରାଜନେତା ମଧ୍ୟ ଏବେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି । ସମ୍ପୁର୍ଣ୍ଣ ବିଶ୍ୱକୁ ଏବେ ଭାରତୀୟ ସଂସ୍କୃତି ଝଲକ୍ ଦେଖିବାକୁ ମିଳୁଛି । ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର ଜଣାଇ ସ୍ୱାଗତ କରିଥିବାର ଦୃଶ୍ୟ ଦେଖାଯାଇଥିଲା ।

ୱାଂଶିଟନ୍ ରେ ଗଣମାଧ୍ୟମ ସାମ୍ନାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ , କରୋନା ଭୁତାଣୁର ଭୟାବହତାକୁ ଦେଖି ଏଭଳି କରିବା ନିହାତି ଆବଶ୍ୟକ ହୋଇପଡିଛି । ଅଜବ ଅନୁଭବ ହେଲେ ମଧ୍ୟ ଏଭଳି ଉପାୟରେ ସ୍ୱାଗତ କରିବା ଏବେ ଜରୁରୀ ହୋଇପଡିଲାଣି । ମିଡିଆ ସାମ୍ନାରେ ଏନେଇ ଟ୍ରମ୍ପ୍ କହିଥିଲେ ଯେ , ମୁଁ ନିକଟରେ ଭାରତରୁ ଫେରିଛି ସେଠାରେ ସମସ୍ତେ ଏଭଳି ନମସ୍କାର ମୁଦ୍ରାରେ ସମସ୍ତଙ୍କୁ ସ୍ୱାଗତ କରନ୍ତି ଯାହା ସେଠାକାର ସଂସ୍କୃତି । ବର୍ତ୍ତମାନ କରୋନା ଭାଇରସ୍ ପାଇଁ ଆମକୁ ମଧ୍ୟ ଏଭଳି ମୁଦ୍ରାର ସାହାରା ନେବାକୁ ପଡିବ ।