କରୋନା ଭୟ, ଦୂରେଇ ଗଲେ ଗାଁଲୋକେ । ରାଜନଗରରେ କୁଏତରୁ ଆସିଥିବା ବ୍ୟକ୍ତିଙ୍କ ପାଖ ମାଡିଲେନି ପଡୋଶୀ

ସନ୍ଦିଗ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାବି କଲେ ଗ୍ରାମବାସୀ

1,061

କନକ ବ୍ୟୁରୋ: ବିଦେଶ ଫେରନ୍ତା ଯୁବକଙ୍କ ପାଖ ମାଡ଼ୁ ନାହାନ୍ତି ଗାଁଲୋକ । କରୋନାକୁ ନେଇ ସାରା ଦେଶ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରାପଡ଼ା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି ଏହି ଘଟଣା । ଏହି ବ୍ଲକର କଣ୍ଡିରା ଗାଁରେ ଜଣେ ଯୁବକ ବିଦେଶରୁ ଫେରିଛନ୍ତି । ହେଲେ କରୋନା ଭୟରେ ଗାଁଲୋକ ତାଙ୍କ ପାଖକୁ ଯାଉନାହାନ୍ତି । ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଗାଁର ଜଣେ ଯୁବକ କୁଏତରେ ରହୁଥିଲେ । ମାର୍ଚ୍ଚ ୩ ତାରିଖ ଦିନ ସେ କୁଏତରୁ ମୁମ୍ବାଇ, ତାପରେ ମୁମ୍ବାଇରୁ ଭୁବନେଶ୍ୱର ପହଂଚିବା ପରେ ଗାଁକୁ ଫେରିଥିଲେ । ତାଙ୍କ ପିତାଙ୍କ ମୃତ୍ୟ ଖବର ପାଇ ସେ ଗାଁକୁ ଆସିଛନ୍ତି । ତାଙ୍କ ବଡ଼ ଭାଇ, ଏବଂ ଦାଦା ମଧ୍ୟ ବିଦେଶରୁ ଫେରିଛନ୍ତି । ଏମାନେ ଫେରୁଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଏମାନଙ୍କର କୌଣସି ଯାଂଚ ହୋଇନଥିଲା ।

ଯାହା ପାଇଁ ଗାଁରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ତୁରନ୍ତ ସେମାନଙ୍କ ଚିକିତ୍ସା କରାଯାଉ ବୋଲି ଗାଁ ଲୋକେ ଦାବି କରିଛନ୍ତି । ହେଲେ ବିଦେଶରୁ ଫେରିଥିବା ଏହି ୩ଜଣ ସମ୍ପୁର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ସେମାନେ ।