ସେୟାର ବଜାର ଉପରେ ‘କରୋନା’ ମାଡ଼: ୧୫ମିନିଟରେ ନିବେଶକ ହରାଇଲେ ୮ଲକ୍ଷ କୋଟି ଟଙ୍କା; ବିଏସଇ ସେନସେକ୍ସରେ ବଡ ହ୍ରାସ, ଖସିଲା ୨୩ଶହ ପଏଂଟ

1,726

କନକ ବ୍ୟୁରୋ: ସେୟାରବଜାର ଉପରେ କରୋନା ମାଡର ପ୍ରଭାବ ଜାରି ରହିଛି । ଆଜି କାରବାରର ପ୍ରଥମ ଦିନରେ ସେନସେକ୍ସରେ ବଡ ହ୍ରାସ ଦେଖାଦେଇଛି । ବିଏସଇ ସେନସେକ୍ସ ୨୩ ଶହ ୭ ପଏଣ୍ଟ ହ୍ରାସ ପାଇ ୨୭ ହଜାର ୬୦୮ରେ ଖୋଲିଥିଲା । ଆଜି କାରବାରର ପ୍ରଥମ ୧୫ ମିନିଟରେ ନିବେଶକ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସେହିଭଳି ନିଫଟି ବି ୮ ଶହ ପଂଏଟ କମି ୭ ହଜାର ୯ ଶହ ୪୫ରେ ଖୋଲିଥିଲା । ଶୁକ୍ରବାରଦିନ ବି ସେୟାର ମାର୍କେଟରେ ଉତଥାନ-ପତନ ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ କାରବାର ବୃଦ୍ଧି ପାଇଥିଲା । ଚଳିତ ସପ୍ତାହ ସେୟାର ବଜାର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣରୁ ଅନେକ ସହରରେ ଲକ ଡାଉନ ସ୍ଥିତି ରହିଛି । ଅନେକ ନିବେଶକ ଘରେ ରହି କାରବାର କରୁଛନ୍ତି ।

ଅନ୍ୟପଟେ, ଭାରତରେ କାୟ ମେଲାଉଛି କରୋନା ଭୂତାଣୁ । ଏହା ମଧ୍ୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ୪ଶହରେ ପହଂଚିଛି । ଭାରତୀୟ ମେଡିକାଲ କାଉନସିଲ୍ ରିସର୍ଚ ରିପୋର୍ଟରୁ ଏହା ଜଣାପଡିଛି । ରିପୋର୍ଟ ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୯ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା ପାଇଁ ଦେଶର ୨୩ଟି ରାଜ୍ୟର ପ୍ରାୟ ୮୨ଟି ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ । ଏହା ମଧ୍ୟରେ ରହିଛି ଦିଲ୍ଲୀ, ଲକ୍ଷେ୍ନø, ଆଗ୍ରା, ଦେହରାଦୁନ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ଜୟପୁର, ପୁଣେ, ନାଗପୁର, ମୁମ୍ୱାଇ, ରାୟପୁର, ଅହମ୍ମଦାବାଦ ପରି ସହର ରହିଛି ଏହି ଲକଡାଉନ ତାଲିକାରେ । ସାମାଜିକ ଦୂରତା ବଜାୟ ରଖି କରୋନା ମୁକାବିଲା କରିବାକୁ ଏପରି କଠୋର ନିଷ୍ପତି ନିଆଯାଇଛି । ଏଥିପାଇଁ ବିଭିନ୍ନ ରାଜ୍ୟର ନାଗରିକଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାରମାନେ ।