ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୮: ଆଇସିଏମଆର ପକ୍ଷରୁ ଦିଆଗଲା ସୂଚନା; ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ନେଲାଣି ୯ ଜୀବନ

7,175

କନକ ବ୍ୟୁରୋ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୮ରେ ପହଁଚିଛି । ଗତ ତିନି ଦିନ ଭିତରେ ଦେଶରେ ୨୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅଧା । ତେବେ ସ୍ୱସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୦ ଜଣ ବିଦେଶୀ ରହିଛନ୍ତି । ଅନ୍ୟପଟେ ୩୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବଂ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ଏପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୮୫ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୮୩ଟି ନମୁନା ନେଗେଟିଭ ଆସିଛି । ଏବଂ ଚିକିତ୍ସିତ ହେଉଥିବା ୨ଜଣଙ୍କର ଅବସ୍ଥା ଭଲ ରହିଛି । ସେପଟେ ବିଶ୍ୱର ୧୯୨ଟି ଦେଶକୁ ଏହି ମହାମାରୀ ବ୍ୟାପିଲାଣି । ବିଶ୍ୱବ୍ୟାପି ୩ ଲକ୍ଷ ୬୮ ହଜାର ୫୪୩ଜଣ ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ୧୬ହଜାରରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ହୋଇଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୬ହଜାର ଟପିଥିବାବେଳେ ସ୍ପେନରେ ୨୨ଶହ ଓ ଆମେରିକାରେ ୪ଶହ ଟପିଛି ।