କନକ ବ୍ୟୁରୋ: କରୋନା ମୁକାବିଲା ନେଇ ସବୁଠାରୁ ବଡ ବାଟ ହେଉଛି ସତର୍କତା ଓ ସାମାଜିକ ଦୂରତା । ଏଥିପାଇଁ ସମସ୍ତଙ୍କୁ ଘରୁ ପଦାକୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା । ତେବେ ଚାହିଦା ଅନୁସାରେ ବଜାରରେ ମାସ୍କ ମିଳୁନି । ଏପରି ସମୟରେ ସାମ୍ନାକୁ ଆସିଛି ଏହି ଚିତ୍ର । ଫଟୋରେ ଦେଖିବାକୁ ପାଇବେ ତିଆରି ଚାଲିଛି ମାସ୍କ ।

Advertisment

ଆଉ ଏହି ମାସ୍କ ତିଆରି କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ ଝିଅ ସିଲେଇ ମେସିନରେ ଘରେ ବସି ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଛି । ଏହାକୁ ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ ବଜାରରେ ମାସ୍କ ଆବଶ୍ୟକ ପରିମାଣରେ ସମସ୍ତ ଅଂଚଳରେ ମିଳୁନଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ପରିବାର ଏପରି ମାସ୍କ ତିଆରି କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ନିଶ୍ଚୟ ।