ଆରଜିଏଚରେ କରୋନା ଭୂତାଣୁ ଚିହ୍ନଟ । ୩ ଦିନ ପାଇଁ ଓପିଡି ବନ୍ଦ ପାଇଁ ନିଷ୍ପତ୍ତି ନେଲା ପ୍ରଶାସନ

179

କନକ ବ୍ୟୁରୋ : ରାଉରକେଲା ସରକାରୀ ହସ୍ପିଟାଲରେ କରୋନା ଭୂତାଣୁ । କରୋନା ରୋଗୀ ଚିହ୍ନଟ ପରେ ସଙ୍ଗରୋଧରେ ଗଲେ ଡାକ୍ତର ଓ କର୍ମଚାରୀ । ଏହାସହ ୩ ଦିନ ପାଇଁ ବନ୍ଦ ରହିବ ରାଉରକେଲା ସରକାରୀ ହସ୍ପିଟାଲା ଓପିଡି । ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଓପିଡି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତି ହୋଇଛି ।

ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତୃପକ୍ଷ । କେବଳ ଜରୁରୀ କାଳୀନ ଅସ୍ତ୍ରୋପଚାର ଛାଡ଼ି ଅନ୍ୟ ସମସ୍ତ ପ୍ରକାର ଅସ୍ତ୍ରୋପଚାର ବାତିଲ । କେବଳ ଫ୍ଲୁ କ୍ଲିନିକ ଖୋଲା ରହିବ । ଆରଜିଏଚ୍ ନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।