ଦିଲ୍ଲୀରେ ହଇଚଇ ସୃଷ୍ଟି କଲା କରୋନା : କେଉଁଠି ମାସ୍କ ଏବଂ ସାନିଟାଇଜର୍ ର ଦେଖାଗଲା ଅଭାବ ତ ଆଉ କେଉଁଠି ଦୋକାନୀ ବଢାଇଲେ ଦାମ୍ ।

1,304

କରୋନାକୁ ନେଇ କୋକୁଆ ଭୟରେ ରହିଛି ଭାରତ । ଏବେ ପର୍ଯ୍ୟନ୍ତ ଭାରତରେ ୨୯ ଟି କେସ୍ ସାମ୍ନାକୁ ଆସି ସାରିଲାଣି । ଯାହାପରେ ଦେଶରେ ଏବେ ସତର୍କତାକୁ ବଢାଇ ଦିଆଯାଇଛି । ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟକ୍ତି ପର୍ଯ୍ୟନ୍ତ ସବୁ ଏବେ ସତର୍କତା ଅବଲମ୍ବନ କରୁଛନ୍ତି । କରୋନା ଭୁତାଣୁରୁ ବଂଚିବା ପାଇଁ ଲୋକମାନେ ମାସ୍କ ଏବଂ ସାନିଟାଇଜର୍ ର ବ୍ୟବହାର କରୁଛନ୍ତି । କିନ୍ତୁ ରାଜଧାନୀ ଦିଲ୍ଲୀରେ ମାସ୍କ୍ ଏବଂ ସାନିଟାଇଜର୍ ର ଅଧିକ ଚାହିଦା କାରଣରୁ ବର୍ତ୍ତମାନ ଏହା ବଜାରରେ ମିଳିବା କଷ୍ଟକର ହୋଇପଡୁଛି । ଦିଲ୍ଲୀର ମେଡିକାଲ୍ ଷ୍ଟୋରମାନଙ୍କରେ ମାସ୍କ ଏବଂ ସାନିଟାଇଜର୍ କିଣୁଥିବା ଲୋକଙ୍କ ସଂଖ୍ୟା ଧିରେ ଧିରେ ବଢିଚାଲିଛି । କିଛି ଦୋକାନରେ ଏହା ମିଳୁନଥିବା ବେଳେ ଆଉ କିଛି ଦୋକାନୀ ଏହାର ଦାମ୍ ବଢାଇ ଦେଇଛନ୍ତି । ଯେଉଁ ମାସ୍କ ଏବଂ ସାନିଟାଇଜର୍ ପୂର୍ବରୁ ୧୫୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ଦିଲ୍ଲୀରେ ୨୫୦ ଟଙ୍କାରେ ବିକ୍ରି ହେଉଛି ।

ସାନିଟାଇଜରରେ ଆଲକହଲର ମାତ୍ରା ଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ବାରମ୍ବାର ହାତ ଧୋଇବା , ସଫାସୁତୁରା ରହିବାକୁ ମଧ୍ୟ କୁହାଯାଉଛି । ଆପଣଙ୍କୁ କହିରଖୁଛୁ ଦେଶରେ ପ୍ରଥମ କରୋନା କେସ୍ କେରଳରୁ ସାମ୍ନାକୁ ଆସିଥିଲା , ଯାହା ଏବେ ପର୍ଯ୍ୟନ୍ତ ୨୯ ରେ ପହଁଚିଗଲାଣି । କରୋନା ଭୁତାଣୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସମେତ ଅନେକ ବଡ଼ ବଡ଼ ନେତା ନିଜର ସାର୍ବଜନିନ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରିଛନ୍ତି । ଯେଉଁଥିରେ ହୋଲି ମେଳନ ସମାରୋହ ମଧ୍ୟ ସାମିଲ୍ ଅଛି ।