କନକ ବ୍ୟୁରୋ : ସାରା ବିଶ୍ୱ କରୋନା ମୁକାବିଲା କରୁଥିବା ବେଳେ ବଡ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜିଠାରୁ ଦିଲ୍ଲୀରେ ଲାଗିଲା କର୍ଫ୍ୟୁ । କରୋନା ସତର୍କତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।
I am happy to see how people are helping each other - offering food, postponing rent recovery, helping the sick. I am sure we will successfully tide over this crisis soon. https://t.co/H8cGmvQGHx
— Arvind Kejriwal (@ArvindKejriwal) March 24, 2020
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ କାହାକୁ ଭୋକରେ ମରିବାକୁ ଦିଆଯିବନି । କରୋନା ଭାଇରସକୁ ନେଇ ଅଧିକ ସତର୍କତା ଜରୁରୀ ଥିବା କହିଛନ୍ତି କେଜ୍ରିୱାଲ । ତେବେ ପୂର୍ବରୁ ରାଜଧାନୀ ଦିଲ୍ଲୀକୁ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି କର୍ଫ୍ୟୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର ।