କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ମିଳିବନି ନିସ୍ତାର । ଆକ୍ରମଣକାରୀଙ୍କ ବିରୋଧରେ ନିଆଯିବା କଡା କାର୍ଯ୍ୟାନୁଷ୍ଠାନ । ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜାମିନବିିହିନ ଜେଲ ଓ ୫୦ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ।

407

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ମିଳିବନି ଆକ୍ରମଣକାରୀଙ୍କୁ ନିସ୍ତାର । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ମିଳିବନି ନିସ୍ତାର । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସୂଚନା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ସଙ୍ଗେ ସଙ୍ଗେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କୁ ୩ ମାସରୁ ୫ ବର୍ଷ ଯାଏଁ ହେବ ଜେଲଦଣ୍ଡ । ଗମ୍ଭୀର ମାମଲାରେ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ । ସେହିପରି ଗୁରୁତର ମାମଲାରେ ୧ ଲକ୍ଷରୁ ୭ ଲକ୍ଷ ଯାଏଁ ଜରିମାନା କରାଯିବ । ସମସ୍ତ କ୍ଷତିର ଦୁଇଗୁଣା ଭରିବେ ଆକ୍ରମଣକାରୀ । ତେବେ ଆକ୍ରମଣ ଅଭିଯୋଗର ୩୦ ଦିନ ଭିତରେ ଶେଷ ହେବ ତଦନ୍ତ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

କରୋନା ମହାମାରୀ ଲଢ଼େଇର ଆଗଧାଡିର ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ୧୨୩ ବର୍ଷ ତଳର ଆଇନରେ ସଂଶୋଧନ ଆଣିବା ପାଇଁ ଏହି ଅଧ୍ୟାଦେଶ ଅଣାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ବାରମ୍ବାର ଆକ୍ରମଣର ଖବର ଆସିବା ପରେ ଆଜି କେନ୍ଦ୍ର କ୍ୟାବିନେଟ ଏହି ଅଧ୍ୟାଦେଶକୁ ମଞ୍ଜୁର ଦେଇଛି । ତେବେ ଆକ୍ରମଣକାରୀଙ୍କୁ ୬ ମାସରୁ ୭ବର୍ଷ ପର୍ଯ୍ୟନ୍ତ ଜାମିନ ବିିହିନ ଜେଲ ଦଣ୍ଡାଦେଶ ସହିତ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା କରିବାର ବ୍ୟବସ୍ଥା ରହିଛି ।