ପରିଣତ ବୟସର ପ୍ରେମ : କରୋନା ଭାଇରସ୍ ରେ ଆକ୍ରାନ୍ତ ବୃଦ୍ଧ ଦମ୍ପତି , କିନ୍ତୁ ସ୍ୱୟଂ କଥା ଛାଡି ସ୍ତ୍ରୀକୁ ସ୍ୱାମୀ ଭାବିଛନ୍ତି ସମ୍ପତ୍ତି । ଦେଖନ୍ତୁ ଭିଡିଓ

320

ଦାୟିତ୍ୱବାନ ହେବା , ଯତ୍ନନେବା ଏବଂ ଢେରସାରା ସ୍ନେହ ଏ ତ ହେଉଛି ପ୍ରେମର ପ୍ରତୀକ । ସମୟ ଅନୁସାରେ ସ୍ୱଂୟକୁ ଭୁଲାଇ ସାଥିର ପ୍ରତିପାଦରେ ଯତ୍ନ ନେବା ଶିଖାଇଦିଏ ପ୍ରେମ । ଆଉ ପରିଣତ ବୟସରେ ଏହି ପ୍ରେମର ଝଲକ୍ ଯେତେବେଳେ ଦେଖିବାକୁ ମିଳେ ଲୋକ ହୋଇଯାନ୍ତି ମନ୍ତ୍ରମୁଗ୍ଧ । ଇଣ୍ଟରନେଟ୍ ରେ ଏଭଳି ଏକ ପ୍ରେମଭରା ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ଥିବା ଅମାପ ପ୍ରେମକୁ ଦେଖିବାକୁ ମିଳୁଛି । କିଭଳି ଭାବେ ଜଣେ ବୃଦ୍ଧ ବ୍ୟକ୍ତି କରୋନା ଭାଇରସ୍ ରେ ପୀଡିତ ପତ୍ନୀଙ୍କ ଯତ୍ନ ନେଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ସୁଚନା ଅନୁସାରେ , ଭାଇରାଲ୍ ଭିଡିଓରେ ଥିବା ଏହି ବୃଦ୍ଧ ଦମ୍ପତୀ କରୋନା ଭାଇରସ୍ ରେ ଆକ୍ରାନ୍ତ । କିନ୍ତୁ ନିଜ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ନକରି ପତ୍ନୀଙ୍କ ପାଇଁ ଅଧିକ ଯତ୍ନବାନ ହେଉଛନ୍ତି ସ୍ୱାମୀ । ଭିଡିଓରେ ଥର ଥର ହାତରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜ ଶର୍ୟ୍ୟାଶାୟୀ ପତ୍ନୀଙ୍କୁ ଖୁଆଇ ଦେଉଛନ୍ତି । ନିଜେ କରୋନାରେ ପୀଡିତ କିନ୍ତୁ ସେଥିରେ ତାଙ୍କର ଭ୍ରୁକ୍ଷେପ ନାହିଁ । ନିଜ ହାତରେ ଲାଗିଛି ସାଲାଇନ ପାଇପ କିନ୍ତୁ ସ୍ତ୍ରୀ ଖାଇପାରୁନି ବୋଲି ସ୍ୱାମୀ ଆସିଛନ୍ତି ଖୁଆଇ ଦେବାକୁ ।

୧୮ସେକେଣ୍ଡର ଏହି ଭିଡିଓଟି ସମସ୍ତଙ୍କ ମନକୁ ସ୍ପର୍ଶ କରିଛି । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସାମାନ୍ୟ ଝଗଡା ହେଲେ ଛାଡପତ୍ରରେ ସଂପର୍କ ଚ୍ଛିନ୍ନ କରୁଥିବା ସମାଜକୁ ଏହି ଭିଡିଓଟି ନିଶ୍ଚୟ କିଛି ଶିକ୍ଷା ଦେବ । ଭିଡିଓଟିକୁ ପିପୁଲ୍ସ ଡେଲି, ଚାଇନାର ଟ୍ୱିଟର ଆକାଉଣ୍ଟରେ ୧୨ ଫେବୃଆରୀରେ ଶେୟାର କରାଯାଇଛି । ୧ ଲକ୍ଷରୁ ଅଧିକ ୟୁଜର୍ସ ଏହି ଭିଡିଓଟିକୁ ଦେଖିସାରିଥିବା ବେଳେ, ୩ ହଜାର ଲାଇକ୍ସ ଓ ୬୦୦ ରୁ ଅଧିକ ରି-ଟ୍ୱିଟ୍ ମିଳିଛି । ୟୁଜର୍ସ ବୃଦ୍ଧ ଦମ୍ପତିଙ୍କ ପ୍ରେମଭରା ମୂହୃତ୍ତକୁ ଖୁବ ସାରା ପ୍ରଶଂସା କରିଛନ୍ତି ।