ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ଟପିଲା । ମୃତ୍ୟୁ ସଂଖ୍ୟା ୧୩୭୩କୁ ବୃଦ୍ଧି । ଗତ ୨୪ ଘଂଟା ମଧ୍ୟରେ କୋଭିଡ-୧୯ରେ ଜୀବନ ହାରିଲେଣି ୭୨ ସଂକ୍ରମିତ

389

କନକ ବ୍ୟୁରୋ: ଦେଶରେ ୧୩ ଶହ ୭୩ କୁ ବୃଦ୍ଧି ପାଇଲା କରୋନା ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଶେଷ ଖବର ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୭୩କୁ ବୃଦ୍ଧି ପାଇଛି । ସେହିପରି ସାରାଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨ହଜାର ୫୩୩ ରହିଛି । ତେବେ ଆକ୍ରାନ୍ତ ସଂଖ୍ୟାରେ ସବୁଠାରୁ ଶୀର୍ଷରେ ରହିଛି ମହାରାଷ୍ଟ୍ର ।  ମହାରାଷ୍ଟ୍ର ରେ ଆକ୍ରାନ୍ତ ସଂଖ୍ୟା ୧୨ ହଜାର ୯୭୪ଓ ମୃତ୍ୟୁ ସଂଖ୍ୟା ୫୫୮ରହିଛି । ଗୁଜରାଟରେ ଆକ୍ରାନ୍ତ ସଂଖ୍ୟା ୫ହଜାର ୪୨୮ ଓ ମୃତ୍ୟୁ ସଂଖ୍ୟା ୨୯୦ ରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୫୪୯ ଓ ମୃତ୍ୟୁ ସଂଖ୍ୟା ୬୪ ଅଛି । ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ହଜାର ୮୪୬ ଓ ମୃତ୍ୟୁ ସଂଖ୍ୟା ୧୫୬ରହିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୩ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୨୯୦ ଜଣ, ହରିୟାଣାରେ ୫ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୫ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୫୬ ଜଣ, ମହାରାଷ୍ଟ୍ରରେ ୫୪୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୧ ଜଣ, ରାଜସ୍ଥାନରେ ୭୧ ଜଣ, ତାମିଲନାଡୁରେ ୩୦ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରପ୍ରଦେଶରେ ୪୩ ଜଣ ଏବଂ ପଶ୍ଚମବଙ୍ଗରେ ୩୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୫୮୩), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୫୦୩), ଚଣ୍ଡିଗଡ଼ (୯୪), ଛତିଶଗଡ଼ (୫୭), ଦିଲ୍ଲୀ (୪୫୪୯), ଗୋଆ (୭), ଗୁଜରାଟ (୫୪୨୮), ହରିୟାଣା (୪୪୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୭୦୧), ଝାଡ଼ଖଣ୍ଡ (୧୧୫) କର୍ଣ୍ଣାଟକ (୬୧୪), କେରଳ (୫୦୦), ଲଦାଖ (୪୧), ମଧ୍ୟପ୍ରଦେଶ (୨୮୪୬), ମହାରାଷ୍ଟ୍ର (୧୨୯୯୭), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୬୨), ପୁଦ୍ଦୁଚେରୀ (୮), ପଞ୍ଜାବ (୧୧୦୨), ରାଜସ୍ଥାନ (୨୮୮୬), ତାମିଲନାଡୁ (୩୦୨୩), ତେଲେଙ୍ଗାନା (୧୦୮୨), ତ୍ରିପୁରା (୧୬), ଉତ୍ତରାଖଣ୍ଡ (୬୦), ଉତ୍ତରପ୍ରଦେଶ (୨୬୪୫) ଓ ପଶ୍ଚିମବଙ୍ଗ (୯୬୩) ।