ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୨ ହଜାର ୭୫୯ରେ । ଏଯାଏଁ ୪୨୦ ମୃତ, ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ସେହି ୬୦

384

କନକ ବ୍ୟୁରୋ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୧୨ହଜାର୭୫୯ରେ । ଏମାନଙ୍କ ମଧ୍ୟରୁ ୧୦ହଜାର ୮୨୪ଟି ଆକ୍ଟିଭ କେସ ରହିଛି । ଅର୍ଥାତ ଏମାନଙ୍କର ଚିକିତ୍ସା ଜାରି ରହିଛି । ସୁସ୍ଥ ହେବା ପରେ ୧୫୧୫ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏଯାଏଁ ମୋଟ ୪୨୦ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଏହି ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୨ହଜାର୯୧୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮୭ଜଣ ପ୍ରାଣ ହରାଇଛନ୍ତି । ଦିଲ୍ଲୀରେ ଏକ ହଜାର ୫୭୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨ଜଣ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶରେ ଏକ ହଜାର ୧୨୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୩ଜଣ ପ୍ରାଣ ହରାଇଛନ୍ତି । ଗୁଜରାଟରେ ୮୭୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୬ଜଣ ପ୍ରାଣ ହରାଇଛନ୍ତି । ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ସେହି ୬୦ରେ ରହିଥିବା ବେଳେ ମାତ୍ର ଜଣଙ୍କର ମୃତ୍ୟୁ ହୋଇଛି ।