କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ କେନ୍ଦ୍ର ପୁଣିଥରେ ଦେଶବାସୀଙ୍କୁ ସତର୍କ କରାଇଛି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଆଗାମୀ ୧୦୦-୧୨୫ ଦିନ ବେସ୍ ଗୁରୁତ୍ୱପୂର୍ଣ୍ଣ । କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଦେଶବାସୀଙ୍କୁ କୋଭିଡ କଟକଣା ପାଳନ କରିବାକୁ ଉପଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କିଛିଦିନ ହେବ ଦୈନିକ ସଂକ୍ରମଣ ଯେଉଁ ହାରରେ କମୁଥିଲା ଏବେ ସେଭଳି ଦେଖାଯାଉ ନାହିଁ । ଏହାକୁ ସମ୍ଭାବିତ ତୃତୀୟ ଲହର ଆସୁଥିବା ନେଇ ଅନୁମାନ କରାଯାଉଛି ।
ନୀତି ଆୟୋଗ ସଦସ୍ୟ ଡା, ବିକେ ପଲ କହିଛନ୍ତି କି , କରୋନାର ତୃତୀୟ ଲହର କଥା ଏଥିପାଇଁ କୁହାଯାଉଛି କି ବର୍ତମାନ ପର୍ଯ୍ୟନ୍ତ ଦେଶ ହାର୍ଡ ଇମ୍ୟୁନିଟି ସ୍ଥରରେ ପହଂଚି ନାହିଁ । ଦେଶରେ କମୁ୍ଥିବା ଦୈନିକ ସଂକ୍ରମଣ ଧିମା ପଡିଛି । ସ୍ଥି୍ିତି ଖରାପ ନହେବା ପାଇଁ ଆମକୁ କୋଭିଡ କଟକଣାକୁ କଡା କଡି ପାଳନ କରିବାକୁ ପଡିବ । ସେ କହିଛନ୍ତି କି ଆଗାମୀ ୧୦୦-୧୨୫ ଦିନ ଆମ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମକୁ ସତର୍କ ଓ ଦାୟିତ୍ୱର ସହ କରୋନା କଟକଣା ମାନି ଚଳିବାକୁ ପଡିବ ।
ଡ. ବିକେ ପଲ ଆହୁରି କହିଛନ୍ତି କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଧାରରେ ଏବେ ବିଶ୍ୱରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ପଲ କହିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସ୍ପେନରେ ୬୪ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ନେଦରଲାଣ୍ଡ ରେ କରୋନା ସଂକ୍ରମଣ ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ଏବେ ଦେଶବାସୀ କୋଭିଡ କଟକଣାକୁ ପାଳନ କରନ୍ତୁ ନଚେତ୍ ତୃତୀୟ ଲହରକୁ ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ପଲ କହିଛନ୍ତି ।