କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ନୂଆ ଷ୍ଟ୍ରେନ୍ ଆଣିପାରେ ଦୃଦଘାତ । ଜାପାନର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ରିକେନର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ଗବେଷଣା ଅନୁସାରେ, କରୋନାର ନୂଆ ଭାରିଆଣ୍ଟ ଜେଏନ୍ ଡଟ୍ ୱାନ ହୃତପିଣ୍ଡର ଏସିଇ ଟୁ ସହ ଲାଖି ରୁହେ । ଯାହା ମଣିଷର ହୃତପିଣ୍ଡରେ ଭୂତାଣୁକୁ ରଖିବାରେ ସହାୟକ ହୁଏ । ଏହାଦ୍ୱାରା ହୃତପିଣ୍ଡ ସଠିକ ଭାବେ କାମ କରେ ନାହିଁ । ତେଣୁ ଏହା ଦ୍ୱାରା ଭବିଷ୍ୟତରେ ହୃଦଘାତ ହେବାର ଆଶଙ୍କା ବଢିପାରେ । ତେବେ ଯଦିଓ କୌଣସି କ୍ଲିନିକାଲ୍ ପ୍ରମାଣ ଏହାକୁ ନେଇ ସାମ୍ନାକୁ ଆସିନାହିଁ, କିନ୍ତୁ ଲୋକଙ୍କ ମନରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

  • କରୋନାର ନୂଆଷ୍ଟ୍ରେନ୍ ଆଣିପାରେ ହୃଦଘାତ
  • ଜାପାନୀ ବିଶେଷଜ୍ଞଙ୍କ ଗବେଷଣା ବଢ଼ାଇଲା ଚିନ୍ତା

ପୁଣିଥରେ କରୋନା ଭାଇରାସ ବ୍ୟାପିବାରେ ଲାଗିଛି । ନିକଟ ବର୍ଷରେ ଏହି ଭାଇରସ୍ ସାରା ଦୁନିଆରେ ଆତଙ୍କ ଖେଳାଇଥିଲା । ଯଦିଓ ଟିକା ନେବା ପରେ ମୃତ୍ୟୁ ସଂଖ୍ୟା କମିଛି । କିନ୍ତୁ ଏହାରି ଭିତରେ କରୋନାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ଖବରକାଗଜ ଡେଲିମେଲରେ ପ୍ରକାଶିତ ରିପୋର୍ଟ କହିଛି, ଜାପାନୀ ବିଶେଷଜ୍ଞ ଦ୍ୱାରା ଗବେଷଣାରୁ ଜଣାପଡିଛି ଯେ, କରୋନାର ନୂଆ ଷ୍ଟ୍ରେନ୍ ହୃଦଘାତ ଆଶଙ୍କା ବଢାଇ ଦେଇଛି । ଜାପାନାର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ରିକେନର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି ।

  • ହୃତପିଣ୍ଡକୁ ପ୍ରଭାବିତ କରୁଛି ନୂଆଷ୍ଟ୍ରେନ୍!
  • ଆଗକୁ ବଢ଼ିବ କି ହୃଦରୋଗୀଙ୍କ ସଂଖ୍ୟା?

ଜାପାନର ସର୍ବୋଚ୍ଚ ଗବେଷଣା ପ୍ରତିଷ୍ଠାନ ‘ରିକେନ୍'ର ବୈଜ୍ଞାନିକଙ୍କ ଗବେଷଣାରୁ ଏହା ସାମ୍ନାକୁ ଆସିଛି । ଏହି ଗବେଷଣାରେ ଦାବି କରାଯାଇଛି ଯେ କରୋନା ଭୂତାଣୁର ନୂଆ ଭୂତାଣୁ ଜେଏନ. ୱାନ ହୃତପିଣ୍ଡର ଏସିଇ ୨ ସହ ଲାଖି ରୁହେ । ଯାହା ମଣିଷର ହୃତପିଣ୍ଡରେ ଭୂତାଣୁକୁ ରଖିବାରେ ସହାୟକ ହୁଏ । ଏହାଦ୍ୱାରା ହୃତପିଣ୍ଡ ସଠିକ ଭାବେ କାମ କରେ ନାହିଁ । ତେଣୁ ଏହା ଦ୍ୱାରା ଭବିଷ୍ୟତରେ ହୃଦଘାତ ହେବାର ଆଶଙ୍କା ବଢିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ ସାର୍ସ-କୋଭ୍-୨ ରେ କ୍ରମାଗତ ସଂକ୍ରମଣ ଭବିଷ୍ୟତରେ ହୃଦଘାତର ଆଶଙ୍କା ବଢ଼ାଇବାର ସମ୍ଭାବନା ରହିଛି । ଯଦିଓ କୌଣସି କ୍ଲିନିକାଲ୍ ପ୍ରମାଣ ଏହାକୁ ନେଇ ସାମ୍ନାକୁ ଆସିନାହିଁ ।

ଗତ କିଛି ସପ୍ତାହ ମଧ୍ୟରେ ବ୍ରିଟେନ ଏବଂ ବିଶ୍ୱର ଅନ୍ୟ କେତେକ ଦେଶରେ ଜେଏନ.୧.ଷ୍ଟ୍ରେନ୍ ଯୋଗୁଁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଏହାଦ୍ୱାରା ସେହି ଲୋକମାନଙ୍କଠାରେ ହୃଦରୋଗ ହେବାର ସମ୍ଭାବନା ବୃଦ୍ଧି ପାଇପାରେ । ତେଣୁ ଏହାକୁ ନେଇ ସରକାର ସତର୍କ ହେବା ଜରୁରୀ ।