କନକ ବ୍ୟୁରୋ: ଗୁଜବ ବୁଲିଲା, ତୁଳସୀ ଗଛ ଖାଲି ହେଲା । ତୁଳସୀ ପତ୍ର ଖାଇଲେ କରୋନା ରୋଗ ହେବନାହିଁ, ଏହି ଗୁଜବ ବ୍ୟାପିବା କ୍ଷଣୀ, ତୁଳସୀ ଗଛରୁ ପତ୍ର ଛିଣ୍ଡାଇ ପରିବାର ଲୋକଙ୍କୁ ଖାଇବାକୁ ଦେଲେ ମହିଳା । ତୁଳସୀ ପତ୍ର, ଜଗ୍ନନାଥଙ୍କ ସ୍ୱପ୍ନାଦେଶ ଏବଂ ପୁରୀ ବଡ଼ପଣ୍ଡା, ଏହାକୁ ନେଇ ଚାଲିଥିବା ଗୁଜବ ଭିତରେ ପିପିଲିରୁ ଆସିଛି ଏଭଳି କିଛି ଚିତ୍ର ।

Advertisment

publive-image

ମୋବାଇଲରୁ ମୋବାଇଲ ଘୁରି ବୁଲିଲା ଗୁଜବ । ଆଉ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ମିଛ ଖବରକୁ ବିଶ୍ୱାସ କରି ତୁଳସୀ ଗଛକୁ ଲଣ୍ଡା କରିଦେଲେ ଲୋକେ । କରୋନା ଭାଇରସ ସହ ଜଗନ୍ନାଥଙ୍କ ବଡ଼ ପଣ୍ଡାଙ୍କୁ ସ୍ୱପ୍ନାଦେଶ ଖବରକୁ ଯୋଡି ଗୁଜବ ପ୍ରଚାର ହେଲା । ଯଦିଓ ମହାପ୍ରଭୁଙ୍କ ବଡ଼ ପଣ୍ଡା ବୋଲି କେହି ନାହାଁନ୍ତି । ତଥାପି ଏହି ଗୁଜବକୁ ବିଶ୍ୱାସ କରି କରୋନା ଭାଇରସ ଠାରୁ ଦୂରେଇ ରହିବା ପାଇଁ ୭ଟି ଲେଖାଏ ତୁଳସୀ ପତ୍ର ଖାଇଛନ୍ତି ଲୋକେ ।

publive-image

ଓଡିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଯୋଡି ଯେଉଁ ଖବର ସାମ୍ନାକୁ ଆସେ ତାକୁ ଅତି ସହଜରେ ବିଶ୍ୱାସ କରିବସନ୍ତି ସବୁ ଜଗନ୍ନାଥ ପ୍ରେମୀ । ସେମିତି କୋରନା ଭାଇରସରୁ ମୁକ୍ତି ପାଇଁ ତୁଳସୀ ପତ୍ରର ଔଷଧ ସଂପର୍କୀତ ଗୁଜବ ପ୍ରଚାର ହେବା ପରେ ପୁରୀ ଜିଲ୍ଲାର ସତ୍ୟବାଦୀ, ଡେଲାଙ୍ଗ ଓ ପିପିଲି ଅଂଚଳର ମହିଳାମାନେ ତୁଳସୀ ପତ୍ର ତୋଳି ପରିବାରର ସଦସ୍ୟମାନଙ୍କୁ ଖାଇବାକୁ ଦେଇଛନ୍ତି ।

publive-image

ଆଉ ଯେତେବେଳେ ଏହି ଗୁଜବ ଅଣାୟତ ହେଲା, ସେତେବେଳେ ସାମ୍ନାକୁ ଆସି ସ୍ପଷ୍ଟିକରଣ ରଖିଥିଲେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ । ତେବେ କରୋନା ଭାଇରସକୁ ନେଇ ଚର୍ଚ୍ଚା ହେଉଥିବା ଗୁଜବ ଠାରୁ ଦୂରେଇ ରହିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।