ଓମିକ୍ରନ ଯୋଗୁଁ ବିଶ୍ୱବ୍ୟାପୀ ବଢୁଛି କରୋନା ମୃତ୍ୟୁ : ଦିନକରେ ୧୨ ହଜାର ଆକ୍ରାନ୍ତଙ୍କ ଗଲା ଜୀବନ

ଓମିକ୍ରନ ଯୋଗୁଁ ବିଶ୍ୱବ୍ୟାପୀ ବଢୁଛି କରୋନା ମୃତ୍ୟୁ : ଦିନକରେ ୧୨ ହଜାର ଆକ୍ରାନ୍ତଙ୍କ ଗଲା ଜୀବନ

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବଢୁଛି ମୃତ୍ୟୁ । ଗତ ୨୪ ଘଂଟାରେ ବିଶ୍ୱରେ ୧୨ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ଦିନକ ମଧ୍ୟରେ ସର୍ବାଧିକ ୩ ହଜାର ଜଣଙ୍କ ଜୀବନ ଯାଇଛି । ଆମେରିକାରେ ମୋଟ୍ ୯ ଲକ୍ଷ ୨୦ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଲାଣି । ଦୈନିକ ମୃତ୍ୟୁ ତାଲିକାରେ ଶୀର୍ଷରେ ରହିଛି ଆମେରିକା । ଲଗାତର ୮ ଦିନ ହେବ ପ୍ରତ୍ୟେକ ଦିନ ୨୪ ଶହରୁ ଅଧିକ ଆକ୍ରାନ୍ତଙ୍କ ଆମେରିକାରେ ମୃତ୍ୟୁ ହେଉଛି ।

ବିଶ୍ୱରେ କରୋନା ମୃତ୍ୟୁ ତାଲିକାରେ ବ୍ରାଜିଲର ଦ୍ୱିତୀୟରେ ଥିବା ବେଳେ ଭାରତ ରହିଛି ତୃତୀୟ ସ୍ଥାନରେ ଭାରତରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସ୍ୟାଂ ୫ ଲକ୍ଷ ଟପିଲାଣି । ୧ ଜୁଲାଇ ୨୦୨୦ରେ ଭାରତରେ ମୋଟ୍ କରୋନ ମୃତ୍ୟୁ ୪ ଲକ୍ଷରେ ପହଂଚିଥିଲା । ଏହାର ୨୧୭ ଦିନ ପରେ ଏହି ସଂଖ୍ୟା ୫ ଲକ୍ଷରେ ପହଂଚିଛି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ଦେଶରେ କରୋନା ମୃତ୍ୟୁ ହାର କମ୍ ରହିଛି । ପ୍ରଥମ ଲହରରେ ୧ ଦଶମିକ ୪୨ ପ୍ରତିଶତ, ଦ୍ୱିତୀୟ ଲହରରେ ୧ ଦଶମିକ ୩୬ ପ୍ରତିଶତ ରହିଥିବା ବେଳେ ତୃତୀୟ ଲହରରେ ମୃତ୍ୟୁ ହାର ଶୂନ ଦଶମିକ ୧୬ ପ୍ରତିଶତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe