ଦିଲ୍ଲୀରେ ଚିନ୍ତା ଜନକ ସ୍ଥିତିରେ କରୋନା ସଂକ୍ରମଣ: ଅମିତ ଶାହା ଡ଼ାକିଲେ ଜରୁରୀ ବୈଠକ; ବଡ଼ ନିଷ୍ପତି ନିଆଯିବା ସମ୍ଭାବନା

୨୪ ଘଂଟାରେ ଦିଲ୍ଲୀରେ ୭ ହଜାରରୁ ଅଧିକ ମାମଲା, ୯୬ ମୃତ

350

କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ଫେରିଲା କରୋନା ।  କିଛି ଦିନ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ  କରୋନା ସଂକ୍ରମଣ କମିବା ପରେ ପୁଣି ଉଦବେଗଜନକ ଭାବେ ବୃଦ୍ଧି ପାଇଛି ।  ଗତ ୨୪ ଘଂଟାରେ ଦିଲ୍ଲୀରେ ୭ ହଜାର ୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ୯୬ ଜଣଙ୍କ ମୃତ୍ୟୁ ହୋଇଛି ।  ଗତ କିଛି ଦିନ ମଧ୍ୟରେ କରୋନା ସ୍ଥିତି ଦିଲ୍ଲୀରେ ବଢିଛି । ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଛନ୍ତି ।

ଏଥିରେ ଅମିତ ଶାହଙ୍କ ସମେତ  ଦିଲ୍ଲୀ ଉପରାଜ୍ୟପାଳ  ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢି ୪ ଲକ୍ଷ ୮୨ ହଜାରରୁ ଅଧିକ ହୋଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୦ ହଜାରରୁ ଅଧିକ ରୋଗୀ । ଏହାଛଡା ୭ ହଜାରରୁ ଅଧିକ ରୋଗୀ ପ୍ରାଣ ହରାଇଲେଣ ିା ଏହା ଦିଲ୍ଲୀ ସରକାରଙ୍କ ଚିନ୍ତାକୁ ବଢାଇଦେଇଛି ।