କରୋନା ଭାଇରସ୍ ପାଇଁ ଅଣ୍ଟା ସଳଖିଲା ଚୀନ୍ : ୨୦୦ ମେସିନ୍ ଏବଂ ୫୦୦ ଶ୍ରମିକଙ୍କୁ ନେଇ ଯୁଦ୍ଧକାଳୀନ ଭିତରେ ସପ୍ତାହକ ମଧ୍ୟରେ ପ୍ରସ୍ତୁତ କଲା ହସ୍ପିଟାଲ୍ ।

2,497

କରୋନା ଭାଇରସ୍ କୁ ନେଇ ସାରା ଦୁନିଆରେ କୋକୁଆ ଭୟ ଲାଗିରହିଛି । ଭାଇରସ୍ କୁ ନେଇ ବିଭିନ୍ନ ପ୍ରକାର ସତର୍କ ସୂଚନା ଦିଆଯାଇଛି । ଏହି ଭୟଙ୍କର ଭାଇରସ୍ ବ୍ୟାପିଥିବା ଦେଶ ଚୀନ୍ ରେ ଏ ପର୍ଯ୍ୟନ୍ତ ୩୬୦ ଜଣ ଲୋକ ମୃତ୍ୟୁ ହୋଇଗଲାଣି । ଭାଇରସ୍ ପାଇଁ ଚୀନ୍ ରେ ସତର୍କ ଘଣ୍ଟି ଘୋଷଣା କରାଯିବା ସହ ଲୋକମାନଙ୍କୁ କିଛି ଦିନ ପାଇଁ ଆମିଷ ଭକ୍ଷଣ ତ୍ୟାଗ କରିବାକୁ କୁହାଯାଇଛି । ରୋଗୀଙ୍କ ସଂଖ୍ୟା ଏତେ ଅଧିକ ହୋଇଯାଇଛି ଯେ ହସ୍ପିଟାଲ୍ ରେ ରୋଗୀ ଭର୍ତ୍ତି କରାଇବା ପାଇଁ ବେଡ୍ ସଂଖ୍ୟା କମ୍ ପଡୁଛି ।

ତେବେ ଭାଇରସ୍ ର ମୁକାବିଲା କରିବା ପାଇଁ ତତ୍ପରତା ଦେଖାଇ ଚୀନ୍ ପ୍ରଶାସନ ଏକ ସପ୍ତାହ ଭିତରେ କରୋନା ଭାଇରସ୍ ପୀଡିତଙ୍କ ପାଇଁ ଏକ ୧୦୦୦ ବେଡ୍ ସଂଖ୍ୟକ ହସ୍ପିଟାଲ୍ ନିର୍ମାଣ କରିଛନ୍ତି । ଆଗାମୀ ଦୁଇ ଦିନ ଭିତରେ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଦିଆଯିବ । ଚୀନ୍ ନ୍ୟୁଜ୍ ଏଜେନ୍ସି ଅନୁସାରେ , ଏହି ହସ୍ପିଟାଲର ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା । ରାତି ଦିନ ଏକ କରି କାମ ଚାଲୁ ରହିଥିଲା ଯାହା ୧ ସପ୍ତାହ ଭିତରେ ସମ୍ପୁର୍ଣ୍ଣ ହୋଇଯାଇଛି ।

ଗତ ଶନିବାର ଠାରୁ ଆରମ୍ଭ ହେଲା କାମ :

ଗତ ଶନିବାର ଚୀନ୍ ର କେଡିୟାନ୍ ଜିଲ୍ଲାରେ ହସ୍ପିଟାଲ୍ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ୫୦୦ ରୁ ଅଧିକ ଲୋକ ସମ୍ପୁର୍ଣ୍ଣ ଜୋସ୍ ର ସହ ରାତିଦିନ ଏକ କରି ଏଠାରେ କାମ କରିଥିଲେ । ଅତ୍ୟାଧୁନିକ ଉପକରଣ ସାଙ୍ଗକୁ ଶ୍ରମିକଙ୍କ ଅନାବରତ ଶ୍ରମ ମାତ୍ର ଏକ ସପ୍ତାହ ଭିତରେ ଠିଆ କରାଇଦେଲା ଏକ ହସ୍ପିଟାଲ୍ । ରାଜ୍ୟର ବ୍ରଡକାଷ୍ଟର୍ ସିସିଟିଭି ଦ୍ୱାରା ଏହାର ଏକ ଫୁଟେଜ୍ ମଧ୍ୟ ବାହାର କରାଯାଇଥିଲା । ଚମତ୍କାର କଥା ହେଉଛି ଆଉ ମାତ୍ର ୨ ରୁ ୩ ଦିନ ଭିତରେ ଏହି ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଆଯିବ ।

୨୦୦ ମେସିନ୍ ଏବଂ ୫୦୦ ଶ୍ରମିକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କାମ :
ନ୍ୟୁଜ୍ ଏଜେନ୍ସି ମୁତାବକ , ୫୦୦ ଜଣ ଶ୍ରମିକଙ୍କୁ ହସ୍ପିଟାଲ୍ ନିର୍ମାଣ କାମରେ ନିୟୋଜିତ କରାଯାଇଥିଲା । ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ହସ୍ପିଟାଲ୍ କାମ ଆରମ୍ଭ ହୋଇଥିଲା ।

ଏହାପୂର୍ବରୁ ଏତେ ଶୀଘ୍ର ୨୦୦୩ ମସିହାରେ ଝଇଜଝ ରୁ ମୁକାବିଲା କରିବା ପାଇଁ ବିଜିଙ୍ଗ୍ ରେ ୭ ଦିନରେ ପ୍ରସ୍ତୁତ ହୋଇଥିଲା ଏକ ହସ୍ପିଟାଲ୍ ।

କରୋନା ଭାଇରସ୍ କାରଣରୁ ଚୀନ୍ ର ଅନେକ ଐତିହାସିକ ସ୍ଥଳକୁ ବନ୍ଦ କରିଛନ୍ତି ଚୀନ୍ ପ୍ରଶାସନ । ଚୀନ୍ ର ପ୍ରସିଦ୍ଧ “ଗ୍ରେଟ୍ ୱାଲ୍ ଅଫ୍ ଚାଇନା” ଏବଂ “ଡିଜନି ଲ୍ୟାଣ୍ଡ୍” କୁ ବନ୍ଦ କରିଦିଆଯାଇଛି ।

ଗତ କିଛି ଦିନ ଭିତରେ ୧୪ ଟି ସହରରୁ ପାଖାପାଖି ୧୪ ମିଲିୟନ୍ ଲୋକ ଘରେ ତାଲା ପକାଇ ଅନ୍ୟତ୍ର ଚାଲିଯାଉଛନ୍ତି ।