କରୋନା ଭାଇରସ୍ କୁ ନେଇ ସାରା ଦୁନିଆରେ କୋକୁଆ ଭୟ ଲାଗିରହିଛି । ଭାଇରସ୍ କୁ ନେଇ ବିଭିନ୍ନ ପ୍ରକାର ସତର୍କ ସୂଚନା ଦିଆଯାଇଛି । ଏହି ଭୟଙ୍କର ଭାଇରସ୍ ବ୍ୟାପିଥିବା ଦେଶ ଚୀନ୍ ରେ ଏ ପର୍ଯ୍ୟନ୍ତ ୩୬୦ ଜଣ ଲୋକ ମୃତ୍ୟୁ ହୋଇଗଲାଣି । ଭାଇରସ୍ ପାଇଁ ଚୀନ୍ ରେ ସତର୍କ ଘଣ୍ଟି ଘୋଷଣା କରାଯିବା ସହ ଲୋକମାନଙ୍କୁ କିଛି ଦିନ ପାଇଁ ଆମିଷ ଭକ୍ଷଣ ତ୍ୟାଗ କରିବାକୁ କୁହାଯାଇଛି । ରୋଗୀଙ୍କ ସଂଖ୍ୟା ଏତେ ଅଧିକ ହୋଇଯାଇଛି ଯେ ହସ୍ପିଟାଲ୍ ରେ ରୋଗୀ ଭର୍ତ୍ତି କରାଇବା ପାଇଁ ବେଡ୍ ସଂଖ୍ୟା କମ୍ ପଡୁଛି ।
ତେବେ ଭାଇରସ୍ ର ମୁକାବିଲା କରିବା ପାଇଁ ତତ୍ପରତା ଦେଖାଇ ଚୀନ୍ ପ୍ରଶାସନ ଏକ ସପ୍ତାହ ଭିତରେ କରୋନା ଭାଇରସ୍ ପୀଡିତଙ୍କ ପାଇଁ ଏକ ୧୦୦୦ ବେଡ୍ ସଂଖ୍ୟକ ହସ୍ପିଟାଲ୍ ନିର୍ମାଣ କରିଛନ୍ତି । ଆଗାମୀ ଦୁଇ ଦିନ ଭିତରେ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଦିଆଯିବ । ଚୀନ୍ ନ୍ୟୁଜ୍ ଏଜେନ୍ସି ଅନୁସାରେ , ଏହି ହସ୍ପିଟାଲର ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା । ରାତି ଦିନ ଏକ କରି କାମ ଚାଲୁ ରହିଥିଲା ଯାହା ୧ ସପ୍ତାହ ଭିତରେ ସମ୍ପୁର୍ଣ୍ଣ ହୋଇଯାଇଛି । /kanak/media/post_attachments/wp-content/uploads/2020/02/110675465_gettyimages-1195703442-300x200.jpg)
ଗତ ଶନିବାର ଠାରୁ ଆରମ୍ଭ ହେଲା କାମ :
ଗତ ଶନିବାର ଚୀନ୍ ର କେଡିୟାନ୍ ଜିଲ୍ଲାରେ ହସ୍ପିଟାଲ୍ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ୫୦୦ ରୁ ଅଧିକ ଲୋକ ସମ୍ପୁର୍ଣ୍ଣ ଜୋସ୍ ର ସହ ରାତିଦିନ ଏକ କରି ଏଠାରେ କାମ କରିଥିଲେ । ଅତ୍ୟାଧୁନିକ ଉପକରଣ ସାଙ୍ଗକୁ ଶ୍ରମିକଙ୍କ ଅନାବରତ ଶ୍ରମ ମାତ୍ର ଏକ ସପ୍ତାହ ଭିତରେ ଠିଆ କରାଇଦେଲା ଏକ ହସ୍ପିଟାଲ୍ । ରାଜ୍ୟର ବ୍ରଡକାଷ୍ଟର୍ ସିସିଟିଭି ଦ୍ୱାରା ଏହାର ଏକ ଫୁଟେଜ୍ ମଧ୍ୟ ବାହାର କରାଯାଇଥିଲା । ଚମତ୍କାର କଥା ହେଉଛି ଆଉ ମାତ୍ର ୨ ରୁ ୩ ଦିନ ଭିତରେ ଏହି ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଆଯିବ । /kanak/media/post_attachments/wp-content/uploads/2020/02/110689416_coronavirus_hosp_1-300x200.jpg)
୨୦୦ ମେସିନ୍ ଏବଂ ୫୦୦ ଶ୍ରମିକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କାମ :
ନ୍ୟୁଜ୍ ଏଜେନ୍ସି ମୁତାବକ , ୫୦୦ ଜଣ ଶ୍ରମିକଙ୍କୁ ହସ୍ପିଟାଲ୍ ନିର୍ମାଣ କାମରେ ନିୟୋଜିତ କରାଯାଇଥିଲା । ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ହସ୍ପିଟାଲ୍ କାମ ଆରମ୍ଭ ହୋଇଥିଲା ।
ଏହାପୂର୍ବରୁ ଏତେ ଶୀଘ୍ର ୨୦୦୩ ମସିହାରେ ଝଇଜଝ ରୁ ମୁକାବିଲା କରିବା ପାଇଁ ବିଜିଙ୍ଗ୍ ରେ ୭ ଦିନରେ ପ୍ରସ୍ତୁତ ହୋଇଥିଲା ଏକ ହସ୍ପିଟାଲ୍ ।
କରୋନା ଭାଇରସ୍ କାରଣରୁ ଚୀନ୍ ର ଅନେକ ଐତିହାସିକ ସ୍ଥଳକୁ ବନ୍ଦ କରିଛନ୍ତି ଚୀନ୍ ପ୍ରଶାସନ । ଚୀନ୍ ର ପ୍ରସିଦ୍ଧ “ଗ୍ରେଟ୍ ୱାଲ୍ ଅଫ୍ ଚାଇନା” ଏବଂ “ଡିଜନି ଲ୍ୟାଣ୍ଡ୍” କୁ ବନ୍ଦ କରିଦିଆଯାଇଛି । /kanak/media/post_attachments/wp-content/uploads/2020/02/110720626_gettyimages-1197616203-300x200.jpg)
ଗତ କିଛି ଦିନ ଭିତରେ ୧୪ ଟି ସହରରୁ ପାଖାପାଖି ୧୪ ମିଲିୟନ୍ ଲୋକ ଘରେ ତାଲା ପକାଇ ଅନ୍ୟତ୍ର ଚାଲିଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/HOSPITAL-2.jpg)
/kanak/media/post_attachments/wp-content/uploads/2020/02/110681190_gettyimages-1197084309-300x200.jpg)
/kanak/media/post_attachments/wp-content/uploads/2020/02/110703297_b89f5564-22b8-4190-998f-3cbca57cb84f-300x200.jpg)
/kanak/media/post_attachments/wp-content/uploads/2020/02/110675457_gettyimages-1195704319-300x200.jpg)
/kanak/media/post_attachments/wp-content/uploads/2020/02/110741183_059658839-1-300x169.jpg)