ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି : ଆଜି ୮ଜିଲ୍ଲାରେ ୧୦୦ଉପରେ ସଂକ୍ରମିତଙ୍କ ସଂଖ୍ୟା ; ଦିନିକିଆ ସଂକ୍ରମିତ ମାମଲାରେ ଖୋର୍ଦ୍ଧାକୁ ଟପିଲା କଟକ

2,555
କନକ ବ୍ୟୁରୋ : ଗତ ୨୪ଘଣ୍ଟାରେ ରାଜ୍ୟରେ ପୁଣି ୩୦ଜିଲ୍ଲାରୁ ୨୯୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଜଣଙ୍କର ଜୀବନ ନେଇଛି ମହାମାରୀ । ତେବେ ଚିନ୍ତାର ବିଷୟ ହେଉଛି, ପ୍ରତିଦିନ ରାଜ୍ୟରେ କରୋନା ଗ୍ରାଫ ବଦଳିବାରେ ଲାଗିଛି । କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ଗଞ୍ଜାମ ଏବେ ସଂକ୍ରମଣ ମାମଲାରେ ତଳକୁ ଖସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ଶୀର୍ଷରେ ରହିଥିଲା । କିନ୍ତୁ ଆଜି ପୁଣି ବଦଳିଯାଇଛି କରୋନା ସଂକ୍ରମଣର ନକ୍ସା । ଖୋର୍ଦ୍ଧା, ଗଞ୍ଜାମକୁ ପଛରେ ପକାଇ ଆଜି ଦିନିକିଆ ସଂକ୍ରମଣ ମାମଲାରେ ସବାଗ୍ରେ ରହିଛି କଟକ ଜିଲ୍ଲା । ଜିଲ୍ଲାରେ ଆଜି ସର୍ବାଧିକ ୫ ଶହ ୮୯ ଆକ୍ରାନ୍ତ ଚିହ୍ନଟ ।
ଖୋର୍ଦ୍ଧାରୁ  ୪୭୪, କୋରାପୁଟରୁ ୧୮୧, ଯାଜପୁରରୁ ୨୧୫, ଗଂଜାମରୁ ୧୭୯,ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪,ମୟୁରଭଂଜରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୮୧,ନୟାଗଡରୁ ୯୩, ବଲାଙ୍ଗୀରରୁ ୫୭, ଭଦ୍ରକରୁ ୬୬,ବାଲେଶ୍ୱରରୁ ୮୮,ବରଗଡରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରୁ ୩ଜଣ, ଦେବଗଡ଼ରୁ ୨ଜଣ, ଢେଙ୍କାନାଳରୁ ୧୩ଜଣ, ଗଜପତିରୁ ୩ଜଣ, ଜଗତସିଂହପୁରୁୁ ୫୧ଜଣ, ଝାରସୁଗୁଡ଼ାରୁ ୨୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୩୦ଜଣ, କନ୍ଧମାଳରୁ ୩୪ଜଣ, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୩୦ଜଣ, କୋରାପୁଟରୁ ୧୮୧ଜଣ, ମାଲକାନାଗିରିରୁ ୭୮ଜଣ, ନବରଙ୍ଗପୁରରୁ ୨୬ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୮୬ଜଣ, ସୋନପୁରରୁ ୨୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୮୧ ହଜାର  ୪୭୯ରେ ପହଚିଂଛି । ଏମାନଙ୍କ ମଧ୍ୟରୁ ୫୪ ହଜାର ୪୦୫ ଜଣ ସୁସ୍ଥ ହୋଇଥିବା ବେଳେ  ୨୬ ହଜାର ୬୦୨ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।