ମେଟ୍ରୋରେ ଶୀର୍ଷରେ ସଂକ୍ରମଣ ! ଆଇଆଇଟି କାନପୁରର ପ୍ରଫେସର କହିଲେ, ଚଳିତ ସପ୍ତାହରେ ମୁମ୍ବାଇ ଓ ଗୁଜୁରାଟରେ ପିକରେ ପହଞ୍ଚିବ ତୃତୀୟ ଲହର
ପୂର୍ବ ଆକଳନ ଅପେକ୍ଷା ଦ୍ରୁତ ଗତିରେ ବ୍ୟାପୁଛି କରୋନା
କନକ ବ୍ୟୁରୋ : ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଶୀର୍ଷ ଛୁଇଁ ସାରିଲାଣି କରୋନାର ତୃତୀୟ ଲହର । ଆଇଆଇଟି ସୂତ୍ର ମଡେଲ ଅନୁଯାୟୀ ପୂର୍ବାନୁମାନ କରାଯାଇଥିବା କହିଛନ୍ତି ଆଇଆଇଟି କାନପୁର ପ୍ରଫେସର ଡକ୍ଟର ମନିନ୍ଦ୍ର ଅଗ୍ରୱାଲ । ଏହା ସହ ସେ କହିଛନ୍ତି ଚଳିତ ସପ୍ତାହରେ ମହାରାଷ୍ଟ୍ର ଓ ଗୁଜୁରାଟରେ ପିକରେ ପହଞ୍ଚିବ ସଂକ୍ରମଣ । ୧୯ ତାରିଖରେ ମହାରାଷ୍ଟ୍ର ଓ ଗୁଜୁରାଟ ଏବଂ ୨୦ ତାରିଖରେ ହରିୟାଣାରେ କରୋନା ଶୀର୍ଷରେ ପହଞ୍ଚିପାରେ ।
ସେହିପରି କର୍ଣ୍ଣାଟକରେ ୨୩ ତାରିଖରେ କରୋନା ପିକରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଦେଶରେ ଜାନୁଆରୀ ଶେଷ ସପ୍ତାହରେ ଓମିକ୍ରନ୍ ଯୋଗୁ କରୋନା ଶୀର୍ଷରେ ପହଂଚିବ ବୋଲି କହିଛନ୍ତି ମନିନ୍ଦ୍ର ଅଗ୍ରୱାଲ । ସେ କହିଛନ୍ତି, ପୂର୍ବ ଆକଳନ ଅନୁସାରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦେଶର ଦସ୍ୱବ ପ୍ରମୁଖ ସହର ଦିଲ୍ଲୀ ଓ ମୁମ୍ବାଇରେ ଲଗାତର ଦୁଇ ଦିନ ଧରି ସଂକ୍ରମଣ କମିବାରେ ଲାଗିଛି ।
ମୁମ୍ବାଇରେ ଦୈନିକ ସଂକ୍ରମଣ ପ୍ରଥମ ଥର ରିବାର ୧୦ ହାଜର ତଳେ ରହିଛି । ଜାନୁଆରୀ ୭ରେ ମୁମ୍ବାଇରେ ସର୍ବାଧିକ ୨୦ ହଜାର ୯୭୧ ନୂଆ ମାମଲା ଆସିଥିଲା । ସେହିପରି ଦିଲ୍ଲୀରେ ଗତ ୨୪ ଘଂଟାରେ ୧୨ ହଜାର ୫୨୭ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଦିନକରେ ଦିଲ୍ଲୀରେ ସଂକ୍ରମଣ ୩୧ ପ୍ରତିଶତ କମିଛି ।