କରୋନା ହାରିଲା, ଏମାନେ ବିଜୟ ହେଲେ । କରୋନାକୁ ଜିତିଲେ ୮୫ ବର୍ଷୀୟ ସମୁଦି ଓ ୭୫ ବର୍ଷୀୟା ସମୁଦୁଣୀ

Advertisment
କରୋନା ହାରିଲା, ଏମାନେ ବିଜୟ ହେଲେ । କରୋନାକୁ ଜିତିଲେ ୮୫ ବର୍ଷୀୟ ସମୁଦି ଓ ୭୫ ବର୍ଷୀୟା ସମୁଦୁଣୀ

କନକ ବ୍ୟୁରୋ : କରୋନାକୁ ନେଇ ସବୁଠି ଭୟ ଓ ଆତଙ୍କର ବାତାବରଣ। ଏଥିରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କରାଯିବା ସହ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଖାସ୍‌ କରି ବୟସ୍କ ଲୋକମାନଙ୍କ ଠାରେ ସଂକ୍ରମଣ ଶୀଘ୍ର ହେବାର ସମ୍ଭାବନା ଅଧିକା‌ ରହିଛି। ବହୁ ବୟସ୍କ ଲୋକ ଏହାର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ୍‌ କଲୋନିରେ ରହୁଥିବା ଗଙ୍ଗାଧର ଗୌଡ(୮୫) ଓ କାଞ୍ଚନ ଗୌଡ(୭୫) ନିଜ ଦୃଢ ମନୋବଳ ଫଳରେ ମହାମାରୀ କରୋନାକୁ ହରାଇଥିବା ଜଣାପଡିଛି। ସଂର୍ପକରେ ଉଭୟ ସମୁଦି ଓ ସମୁଦିଣୀ ବୋଲି ଜଣାପଡିଛି। ପୂର୍ବରୁ କନ୍ଧମାଳ ଜିଲ୍ଲାରେ ମଧ୍ୟ ଜଣେ ୮୧ ବ‌ର୍ଷ ବୟସ୍କ ବୃଦ୍ଧ କରୋନାକୁ ଜୟ କରିଥିଲେ।

ଗଙ୍ଗାଧର ଓ କାଞ୍ଚନ ଭଞ୍ଜନଗର ଥାନାରେ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀ ନରହରି ଗୌଡ଼ଙ୍କ ବାପା ଓ ଶାଶୂ ବୋଲି ଜଣାପଡିଛି। କିଛିଦିନ ତଳେ ନରହରିଙ୍କ ଥଣ୍ଡା ଜ୍ୱର ହୋଇଥିଲା। ତାଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ଫଳରେ ତାଙ୍କର ଗତମାସ ୨୭ ତାରିଖ ଦିନସ୍ୱାବ୍ ମୁନା ସଂଗ୍ରହ କରାଯାଇଥିଲା। ଏହାପରେ ଦୁଇଦିନ ପରେ ଅର୍ଥାତ୍‌ ୩୦ ତାରିଖ ଦିନ ତାଙ୍କର ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ‌ପରେ ନରହରିଙ୍କୁ କୋଭିଡ କେୟାର କେନ୍ଦ୍ରକୁ ପଠାଯାଇଥିଲା। ‌ଏଥିସହ ତାଙ୍କ ପରିବାରର ସମସ୍ତ ବ୍ୟକ୍ତିଙ୍କୁ ଆଣି ସନ୍ଦିଗ୍ଧ ଭାବେ କୋଭିଡ କେୟାରରେ ରଖାଯାଇଥିଲା। ଏହାସହ ସମସ୍ତଙ୍କ ଚଳିତ ମାସ ୨ ତାରିଖ ଦିନ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଏହାପରେ ୪ ତାରିଖ ଦିନ ନରହରିଙ୍କ ବାପା ଗଙ୍ଗାଧର ଓ ଶାଶୂ କାଞ୍ଚନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଏହି ଖବର ଜାଣିବା ପରେ ଉଭ‌ୟେ ଧୈର୍ଯ୍ୟ ନହରାଇ ନିଜର ମନକୁ ଦୃଢ କରି ଏହାର ମୁକାବିଲା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଚିନ୍ତାଜନକ ରହିଥିବା ବେଳେ ପରେ ସ୍ଥିର ରହିଥିଲା। କୋଭିଡ୍‌ କେୟାର କେନ୍ଦ୍ରରେ ଅନ୍ତେବାସୀଙ୍କ ପାଇଁ ସମସ୍ତ ନିୟମ ମାନି ଉଭୟ ରହିଥିଲେ। ଦୀର୍ଘ ୧୧ ଦିନ ରହିବା ‌ପରେ ସେମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ନରହରିଙ୍କୁ ପୂର୍ବରୁ ଡିସ୍‌ଚାର୍ଜ କରାଯାଇଥିବା ବେଳେ ତାଙ୍କ ବାପା ଓ ଶାଶୂଙ୍କୁ ମଧ୍ୟ ସୁସ୍ଥ ରହିଥିବାରୁ ଡିସ୍‌ଚାର୍ଜ କରାଯାଇଛି। କୋଭିଡ କେୟାରରୁ ଫେରିବା ପରେ ସେମାନ‌େ ବର୍ତ୍ତମାନ ନିଜ ‌ଘରେ ସଙ୍ଗରୋଧରେ ରହିଥିବା ନରହରି ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି ଯେ, ଏଭଳି ବୟସାଧିକ ସତ୍ୱେ ସେମାନ‌େ ଭୟଭୀତ ନହୋଇ ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଯୋଗୁ କରୋନାକୁ ହରାଇଥିବାରୁ ଅନ୍ୟମାନଙ୍କ ପାଇଁ ଏହି ଦୁଇଜଣ ଉଦାହରଣ ପାଲଟିଛନ୍ତି। ସରକାରୀ ନିୟମ ପାଳନ କରିବା ସହ ସଚେତନ ରହିଲେ ସ‌ମସ୍ତେ ଏହାର ମୁକାବିଲା ସହଜରେ କରିପାରିବା ବୋଲି ଶ୍ରୀ ମିଞ୍ଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe