ବିପଦରେ କରୋନା ଯୋଦ୍ଧା । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବାହିନୀର ୫୪ ଜଣ ଯବାନ କରୋନା ପଜିଟିଭ

185

କନକ ବ୍ୟୁରୋ : ବିପଦରେ କରୋନା ରାଜ୍ୟ । ରାଜ୍ୟରେ ଆଜି ୧୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ୍ରାଫ, ଏନଡିଆରଏଫ , ଅଗ୍ନିଶମ ବାହିନୀର ୫୪ ଜଣ ଯବାନ କରୋନା ପଜିଟିଭ ଆସିଛନ୍ତି । ଏମାନେ ସମସ୍ତେ ବାତ୍ୟା ବେଳେ ପଶ୍ଚିମବଙ୍ଗ ଯାଇ ଫେରିଥିଲେ । ଆଜି ଚିହ୍ନଟ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣକ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ।

କେନ୍ଦୁଝରରୁ ୮ ଜଣ.ଝାରସୁଗୁଡାରୁ ୪ ଜଣ, ଖୋର୍ଦ୍ଧାରୁ ୧୭ରୁ ଜଣ, ଢେଙ୍କାନାଳରୁ୩ ଜଣ, କଟକରୁ ୭ ଜଣ, କେନ୍ଦ୍ରାପଡା ଓ ସମ୍ବଲପୁରରୁ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି । ନୂଆପଡା, ଓ କଳାହାଣ୍ଡିରୁ ୨ ଜଲ ଲେଖାଁଏ, ଗଂଜାମ ଓ ପୁରୀରୁ ୩ ଜଣ ଲେଖାଁଏ,ମୟୁରଭଂଜରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଶହ ୮୬ରେ ପହଚିଂଛି । ଏବେ ଯାଏଁ ୨୨ ଶହ ୮୨ ଜଣ ସୁସ୍ଥ ହୋଇଛନ୍ତି ।