କନକ ବ୍ୟୁରୋ: ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଜାରି ରହିଥିବା ଲକଡାଉନ୍ ପରିସ୍ଥିତି ବେଳେ ବିଶେଷ କରି ସ୍ବାସ୍ଥ୍ୟକର୍ମୀ ଏବଂ ସୁରକ୍ଷା କର୍ମୀମାନେ ହିଁ ପ୍ରକୃତ ସମ୍ମୁଖ ଯୋଦ୍ଧାର ଦାୟିତ୍ବ ନିର୍ବାହ କରୁଛନ୍ତିା ତେବେ ଏପରି ବିଶେଷ ସ୍ଥିତିରେ ନିଜର ଦାୟିତ୍ବ ନିଭାଇବା ଅବସରରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି ଦିଲ୍ଲୀର ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ର । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ସେ ଏତେ ମଗ୍ନ ଯେ ନିଜ ଶରୀରରେ ଦେଖାଦେଇଥିବା ଘାତକ କର୍କଟ ରୋଗର ଉପଚାର ପାଇଁ ମଧ୍ୟ ମେଡାକାଲ ଯିବାକୁ ପସନ୍ଦ ନକରି ବିରଳ ଉଦାହରଣ ପାଲଟିଯାଇଛନ୍ତିା
ଗତ ମାସ ଯୁବ ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ରଙ୍କୁ ସଦର ଦିଲ୍ଲୀର ଡେପୁଟି କମିସନର ଭାବେ ନିଯୁକ୍ତି ମିଳିଥିବା ବେଳେ ମାସର ଶେଷ ସପ୍ତାହ ବେଳକୁ ଦେଶରେ ଲକ୍ଡାଉନ୍ ଜାରି ହୋଇଥିଲା। ତେବେ ସେ ନିୟୋଜିତ ଥିବା ଇଲାକାରେ ବହୁ ସଂଖ୍ୟକ ଦାଦନ ଶ୍ରମିକ ଠୁଳ ହୋଇଥିବା କାରଣରୁ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା ଯାହାକୁ ସୁଚାରୁରୂପେ ପରିଚାଳନା କରିବା ସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ହିଁ ଆହ୍ବାନ ପାଲଟିଥିଲା । ପ୍ରତିଦିନ ସେ ସହଯୋଗୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଶ୍ରମିକମାନଙ୍କୁ ଆବଶ୍ୟକ ଖାଦ୍ୟପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରିବା ସହ ସେମାନଙ୍କ ଭଲମନ୍ଦ କଥା ମଧ୍ୟ ବୁଝୁଥିଲୋ ଏହି ଅବସରରେ ଗତ ଏପ୍ରିଲ ୧ ତାରିଖରେ ସେ ଗଳାରେ ପୀଡା଼ ଅନୁଭବ କରିବାରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ଅଚାନକ ତାଙ୍କ ଥାଇରଏଡ୍ ଗ୍ରନ୍ଥି କର୍କଟ ଆକ୍ରାନ୍ତ ହୋଇଥିବା କଥା ଜଣାପଡି଼ଥିଲା ।
ମାତ୍ର ଏଥିରେ ଆଦୌ ବିବ୍ରତ ନ ହୋଇ ବରଂ ଅବିଚଳିତ ଭାବେ ନିଜ କର୍ତ୍ତବ୍ୟପରାୟଣତା ବଜାୟ ରଖିଥିଲେ ଏହି ଯୁବ ପୁଲିସ ଅଧିକାରୀଜଣକ । ତେବେ ଗତ ସପ୍ତାହରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା , ଯାହାଦ୍ୱାରା ତତ୍କାଳ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲୋ ଫଳରେ ସେ ବାଧ୍ୟ ହୋଇ କିଛି ସମୟ ପାଇଁ ନିଜ ଦାୟିତ୍ବରୁ ବିରତି ନେଇ କର୍କଟ ଗ୍ରନ୍ଥିର ଅସ୍ତ୍ରୋପଚାର କରାଇଥିଲେ । ଏବେ ସେ ବିପଦମୁକ୍ତ ଥିଲେ ହେଁ ଡାକ୍ତରଖାନାରେ ତାଙ୍କ ଉପରେ କଡା ନଜରରେ ରଖାଯାଇଛି । ତେବେ ବାସ୍ତବରେ ଆନନ୍ଦଙ୍କ ଏଭଳି ଉତ୍ସାହ ଏବଂ କର୍ତ୍ତବ୍ୟପରାୟଣତା ଯୋଗୁଁ ତାଙ୍କ ସହଯୋଗୀ ଏବଂ ବରିଷ୍ଠ ଅଧିକାରୀମାନେ ତାଙ୍କ ପ୍ରଶଂସାରେ ଏବେ ଶତମୁଖ ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/IPS-_WEB.jpg)
/kanak/media/post_attachments/wp-content/uploads/2020/04/94615640_2885542944893784_1470725913162285056_o.jpg)
/kanak/media/post_attachments/wp-content/uploads/2020/04/IPS-Officer-Ignores-Cancer-To-Help-Stranded-Workers800_5ea56720dad60.jpeg)