ମନେ ରହିବେ କରୋନା ବିରୋଧୀ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କରୋନା ଯୋଦ୍ଧା ସ୍ମାରକ ।

78

କନକ ବ୍ୟୁରୋ : ମନେ ରହିବ କରୋନା ବିରୋଧୀରେ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧାଙ୍କ ତ୍ୟାଗ ଓ ସେବା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କୋଭିଡ୍ ୱାରିୟର ମେମୋରିଆଲ୍ ବା କରୋନା ଯୋଦ୍ଧା ସ୍ମାରକ । ବିଜୁ ପଟ୍ଟନାୟକ ପାର୍କରେ ଏହି ସ୍ମାରକ ପ୍ରତିଷ୍ଠା କରିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ସେହିପରି ଏହାର ନିର୍ମାଣ କାର୍ଯ୍ୟ କରିବ ପୂର୍ତ ବିଭାଗ ।
ମହାମାରୀ କରୋନାରେ ଲଢ଼େଇ କରି ଯେଉଁ କରୋନା ଯୋଦ୍ଧାମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ସ୍କାରକ ପ୍ରତିଷ୍ଠା ହେବ । ଚଳିବ ବର୍ଷ ଅଗଷ୍ଟ ୧୫ ତାରିଖରେ ଏହାର ଉଦଘାଟନ କରାଯିବ । ଏ ନେଇ ପୂର୍ତ ବିଭାଗକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । କରୋନା ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ ମନେ ରଖିବା ପାଇଁ ଏଭଳି ପ୍ରୟାସ କରାଯାଇଛି ।