କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବିଭିନ୍ନ ପଦକ୍ଷେପ ନେଇ ସରକାର ରାଜ୍ୟବାସୀଙ୍କୁ ସତର୍କ ଓ ସଚେତନ କରୁଥିବା ବେଳେ ସ୍କୁଲ, କଲେଜ, ସପିଂ ମଲ, ସୁଇମିଂ ପୁଲ, ବଜାର ହାଟ ଏବଂ ଧାର୍ମିକ ସ୍ଥାନ ମାନଙ୍କରେ କଟକଣା ଲଗାଇଛନ୍ତି । ମାର୍ଚ୍ଚ ୩୧ ତାରିଖ ଯାଏଁ କଟକଣା ଲାଗିଥିବା ବେଳେ କାହିଁକି ବନ୍ଦ କରାଗଲା ସୁଇମିଂ ପୁଲ ଆଉ ବନ୍ଦ କରିବା ପଛର କାରଣ କହିଛନ୍ତି ସୁବ୍ରତ ବାଗଚୀ ।
ଗୀତଗୋବିନ୍ଦ ସଦନରେ ସାମ୍ବାଦିକ ସମ୍ମିଳନୀ ପରେ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସୁଇମିଂ ପୁଲ ବନ୍ଦ କଥା କହିଛନ୍ତି ସୁବ୍ରତ । ସୁଇମିଂ ପୁଲ ଭଳି ଗାଁର ପୋଖରୀ ଉପରେ କାହିଁକି କଟକଣା ଲଗାଯାଇନି ବୋଲି ଜଣେ ପ୍ରଶ୍ନ କରିଥିଲେ ଆଉ ତାର ଉତ୍ତର ରଖିବାକୁ ଯାଇ ସୁବ୍ରତ କହିଥିଲେ କି, ସୁଇମିଂ ପୁଲ କେତେ ସ୍ୱଚ୍ଛ ରହୁଛି ବା ନରହୁଛି ତାକୁ ଯାଞ୍ଚ କରିବା କଷ୍ଟ । ସେଠାରେ ପହଁରିବା ବେଳେ ପାଟିରେ ନାକରେ ପାଣି ପଶିଯାଏ । ରେଲିଂରେ ହାତର ସ୍ପର୍ଶ ବି ସୁଇମିଂ ପୁଲରୁ ଉଠିବା ବେେଳେ ହୋଇଥାଏ । ତେଣୁ ସେସବୁ ଦିଗକୁ ଦୃଷ୍ଟି ଦେଇ ବନ୍ଦ କରାଯାଇଛି । ଅନ୍ୟପଟେ ପୋଖରୀରେ ବି ଗାଧୋଇବା ବେଳେ ସତର୍କ ରକହିବାକୁ ପରାମର୍ଶ ଦେଇଛନ୍ତି ବାଗଚୀ ।
ଆଜି ୨୪ ଘଣ୍ଟିଆ କରୋନା ରିପୋର୍ଟ ଦେବା ବେଳେ ମାସ୍କ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ବାଗଚୀ । ଅଯଥା ମାସ୍କ ପାଇଁ ଔଷଧ ଦୋକାନରେ ଭିଡ ନକରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ତେବେ ସରକାରଙ୍କ କୋଭିଡ-୧୯ ୱେବସାଇଟରେ ଦିନକୁ ଦିନ ଅଧିକ ପଞ୍ଜୀକରଣ ହେଉଛି । ଘଣ୍ଟା ପ୍ରତି ୮୦ଟି ରେଜିଷ୍ଟ୍ରେସନ ହେଉଥିବା ବେଳେ ଆଜି ୨୧୩୧ ରେଜିଷ୍ଟ୍ରେସନ ହୋଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପଲାଇନ ନମ୍ବରକୁ ୫୨୦୨ କଲ ଆସିଥିବା କହିଛନ୍ତି ସୁବ୍ରତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/19-6.jpg)