କରୋନା ପାଇଁ ବାହାରିଲା କି ଔଷଧ? ଚୀନରେ ପ୍ରାୟ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ ।

କରୋନା ପାଇଁ ବାହାରିଲା କି ଔଷଧ? ଚୀନରେ ପ୍ରାୟ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ ।

www.quora.com

କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତିତ । ଚୀନରେ କରୋନା ଭାଇରସ କାରଣରୁ ପ୍ରାୟ ୧୭ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହାରି ମଧ୍ୟରେ ଚୀନରୁ ଖୁସି କରିଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି ।
କରୋନାରେ ଆକ୍ରାନ୍ତ ୧୦ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା ସଫଳ ହୋଇଛି । ଆଉ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ରିପୋର୍ଟ ଅନୁଯାୟୀ, ଚୀନରେ କରୋନା ଭାଇରସରେ ଆକ୍ରାନ୍ତ ପ୍ରାୟ ୧୭୭୦ ଲୋକଙ୍କ ଜୀବନ ଗଲାଣି । କେବଳ ସେତିକି ନୁହେଁ ଗତ ରବିବାର ଶହେରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଆଉ ଏହାରି ମଧ୍ୟରେ ପ୍ରାୟ ୧୦ହଜାର ୮୪୪ ପୀଡିତ ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।
ତେବେ କରୋନାକୁ ନେଇ ସମସ୍ତଙ୍କ ଚିନ୍ତା ବଢୁଥିବା ବେଳେ ଚୀନରୁ ଆସିଥିବା ଏହି ଖବର ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe