ଅଗଷ୍ଟ ୧୫ ସୁଦ୍ଧା କରୋନା ଟୀକା ବାହାର କରିବାକୁ ଆଇସିଏମଆରର ନିର୍ଦ୍ଦେଶ ପରେ ବଢିଲା ଦ୍ୱନ୍ଦ୍ୱ : ଚିକିତ୍ସକ ମହଲରେ ଚିନ୍ତା , ଏତେ କମ ସମୟରେ କେମିିତି ସରିବ ପରୀକ୍ଷଣ

433

ଅଗଷ୍ଟ ୧୫ ସୁଦ୍ଧା ଭାରତରେ କରୋନା ଟିକା ଉପଲବ୍ଧ ହେବ । ଏଭଳି ଏକ ଖବରକୁ ନେଇ ଚିକିତ୍ସା ମହଲରେ ଆଲୋଡନ ସୃଷ୍ଟି ହୋଇଛି । ବିଶେଷ କରି କରୋନା ଟିକା କୋଭାକ୍ସିନର ମାନବ ଶରୀରରେ ପରୀକ୍ଷଣ ଶେଷ କରି ଅଗଷ୍ଟ ୧୫ସୁଦ୍ଧା ଏହାର ଫଳାଫଳ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥ ଆଇସିଏମଆର । ହେଲେ ମଣିଷ ଶରୀରରେ କରୋନା ଟିକାର ପରୀକ୍ଷଣ ଏକ ଜଟୀଳ ପ୍ରକ୍ରୀୟା ଓ ସମୟ ସାପେକ୍ଷ । ତଥାପି ଏତେ କମ ସମୟ ମଧ୍ୟରେ ଏହାକୁ ଶେଷ କରିବା ପାଇଁ ଆଇସିଏମଆରର ନିର୍ଦ୍ଦେଶକୁ ନେଇ ଏବେ ବିବାଦ ଦେଖାଦେଇଛି । ଆଇସିଏମଆର ଯେଉଁ ଚିଠି ଲେଖିଛି ସେଥିରେ କରୋନାର ମୁକାବିଲା ପାଇଁ ଜରୁରୀ କାଳିନ ଭିତିରେ ଜୁଲାଇ ୭ତାରିଖ ସୁଦ୍ଧା ପରୀକ୍ଷଣ ଆରମ୍ଭ କରିଦେବା ପାଇଁ କୁହାଯାଇଛି । ସମସ୍ତ କ୍ଲିନିକାଲ ପରୀକ୍ଷଣ ପରେ ଅଗଷ୍ଟ ୧୫ସୁଦ୍ଧା ଲୋକଙ୍କ ପାଇଁ ଟିକା ଉପଲବ୍ଧ କରାଇବାକୁ କହିଛି ଆଇସିଏମଆର । ଏପରିକି ଏକ୍ଷେତ୍ରରେ କୌଣସି ପ୍ରକାର ଅସହଯୋଗ ଗ୍ରହଣୀୟ ହେବନାହିଁ ବୋଲି ଚିଠିରେ ତାଗିଦ କରାଯାଇଛି ।