କୋଭିଡ ପରିଚାଳନା ନେଇ ଓଡିଶା ସମେତ ୯ଟି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର: ସଂକ୍ରମଣ ମାମଲା ବଢିଚାଲିଥିବାରୁ ଖୁବ ଶୀଘ୍ର ବଦଳିପାରେ ଗାଇଡଲାଇନ୍

ସୋମବାର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

401

କନକ ବ୍ୟୁରୋ: ଓଡିଶା ସମେତ ୯ଟି ରାଜ୍ୟକୁ କରୋନା ପରିଚାଳନାରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତର ପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଗତକାଲି ଏନେଇ କେନ୍ଦ୍ର କ୍ୟାବିନେଟ ସଚିବ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କଥାହୋଇ କୋଭିଡ-୧୯ ପରିଚାଳନା ବାବଦରେ ସମୀକ୍ଷା କରିଛନ୍ତି ।

ଏପଟେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଖୁବଶୀଘ୍ର କେନ୍ଦ୍ର ସରକାର ରାଜ୍ୟଗୁଡିକ ପାଇଁ ନୂଆ ଗାଇଡଲାଇନ ଜାରି କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଆଗାମୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତ ୧ ସପ୍ତାହରେ ବିଶେଷ କରି ୯ଟି ରାଜ୍ୟରେ କରୋନାର ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଛି । ଅନଲକ-୨ରେ ଲୋକମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିନଥିବାରୁ ସ୍ଥିତି ବିଗିଡିଥିବା ଆଶଙ୍କା କରାଯାଉଛି । ତେଣୁ ରାଜ୍ୟଗୁଡିକଠାରୁ ମିଳିଥିବା ଫିଡବ୍ୟାକ ଆଧାରରେ କିଛି ନିଷ୍ପତି ନିଆଯାଇପାରେ ।