ସୁବ୍ରତ କହିଲେ ସାଆନ୍ତେଙ୍କ ସ୍ନାନଯାତ୍ରା କାହାଣୀ । ସଚେତନତା ପାଇଁ ମହାପ୍ରଭୁଙ୍କ ୧୪ ଦିନିଆ ଅଣସର କଥା ଅବତାରଣା କଲେ, ସଙ୍ଗରୋଧ ପାଇଁ ଆହ୍ୱାନ ଦେଲେ ସୁବ୍ରତ ବାଗଚୀ

516

କନକ ବ୍ୟୁରୋ: ସୁବ୍ରତ କହିଲେ ସ୍ନାନଯାତ୍ରା କାହାଣୀ । କରୋନା ସଚେତନତା ପାଇଁ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ମାହାତ୍ମ୍ୟ ବଖାଣିଲେ ସୁବ୍ରତ ବାଗଚୀ । ସାମ୍ବାଦିକ ସମ୍ମିଳନୀରେ ସାରା ଓଡିଶାକୁ ୨୪ ଘଣ୍ଟିଆ କରୋନା ରିପୋର୍ଟ ପ୍ରଦାନ କଲାବେଳେ ଆଜି କାଳିଆ ସାଆନ୍ତେଙ୍କ ସ୍ନାନ କାହାଣୀ ବର୍ଣ୍ଣନା କରିଛନ୍ତି ବାଗଚୀ । ୧୪ ଦିନିଆ କ୍ୱାରେଣ୍ଟାଇରେ ରହିବାକୁ ଆହ୍ୱାନ ଦେଲା ବେଳେ ମହାପ୍ରଭୁଙ୍କ ଅଣସର କଥାର ଅବତାରଣା କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ ଯେଉଁମାନେ ବିଦେଶରୁ ଫେରିଛନ୍ତି କିମ୍ବା ସନ୍ଦେହରେ ଅଛନ୍ତି ସେମାନେ ନିଜକୁ ଅଣସରରେ ରଖିବା ଉଚିତ । ୧୪ ଦିନ ଯାଏଁ ସମସ୍ତଙ୍କ ଠାରୁ ସଙ୍ଗରୋଧ କରିବା ଉଚିତ । ଯେମିତି ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥ ୧୪ ଦିନ ପର୍ଯ୍ୟନ୍ତ ଅଣସରରେ ରହନ୍ତି । ଠିକ ସେମିତି ବିଦେଶ ଫେରନ୍ତା ଲୋକ ସଙ୍ଗରୋଧ ବା ଅଣସରରେ ରହିବା ଦରକାର ।

ସ୍ନାନ ପରେ ଠାକୁରଙ୍କୁ ଥଣ୍ଡା ହୁଏ, ତାଙ୍କୁ ଭାଇରସ ଲାଗେ । ଆଉ ସେ ୧୪ ଦିନ ପାଇଁ ସଙ୍ଗରୋଧ କରନ୍ତି, ଅଣସରରେ ରୁହନ୍ତି । ଫୁଲୁରି ତେଲ ଆଉ ଔଷଧରେ ତାଙ୍କ ଦେହ ଭଲ କରାଯାଏ । ତେବେ ୧୪ ଦିନ ଅଣସର ହୁଏ, ହାଡଫୁଟି ଭଲ ପାଇଁ ବି ୧୪ ଦିନ ଲାଗେ । ଠିକ ସେମିତି କରୋନା ପାଇଁ ବି ଆମେ ନିଜକୁ ୧୪ ଦିନ ଅଣସର ରଖିବାକୁ ବାଗଚୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ସେପଟେ ସଙ୍ଗରୋଧ ପାଇଁ ଦିଆସିଲ କାଠିର ଉଦାହରଣ ଦେଇଛନ୍ତି ସୁବ୍ରତ । ସଂକ୍ରମିତ ଚେନରୁ ଜଣେ ହଟିଗଲେ ବା ଉକ୍ତ ଲାଇନରୁ ନିଜେ ଓହରିଗଲେ ଆଉ ସେହି ଚେନ ଆଗକୁ ଲମ୍ବି ନଥାଏ । ତେଣୁ ସମସ୍ତେ ୧୪ ଦିନ ଅଣସରରେ ରହିବା ଦରକାର । ତେବେ ଗଜପତି ମହାରାଜ, ରାଣୀ ଏବଂ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ନିଜକୁ ଉକ୍ତ ଲାଇନରୁ ଓହରାଇ ନେଇଥିବା ସ୍ୱାଗତଯୋଗ୍ୟ ବୋଲି ବାଗଚୀ କହିଛନ୍ତି ।

ତେବେ ଗତକାଲି ବି ସଚେତନତା ପାଇଁ ବାଘ ଗପ କହିଥିଲେ ବାଗଚୀ । ସବଳ ମୁହଁରୁ ସମୟ ନେଇ କେମିତି ତାକୁ ହରାଇ ହେବ ଆଉ କରୋନାର କେମିତି ମୁକାବିଲା କରିହେବ ସେନେଇ କାଲି ବାଘ ମାମୁର ଗପ କହିଥିଲେ ସୁବ୍ରତ । ଆଉ ଆଜି ଗଜନ୍ନାଥଙ୍କ ସ୍ନାନଯାତ୍ରା କାହାଣୀ କହି ଅଣସରରେ ରହିବାକୁ ଆହ୍ୱାନ ଦେଇଥିଲେ ।

ସୁବ୍ରତ କହିଲେ ସ୍ନାନଯାତ୍ରା କାହାଣୀ

#ସୁବ୍ରତ_କହିଲେ_ସ୍ନାନଯାତ୍ରା_କାହାଣୀ କରୋନା ସଚେତନତା ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରା କାହାଣୀ କହିଲେ ସୁବ୍ରତ ବାଗଚୀ । ଏବେ ସମୟ ଆସିଛି ନିଜକୁ ୧୪ ଦିନ ଅଣସରରେ ରହିବାକୁ #Coronavirus #SubrotoBagchi

Posted by Kanak News on Wednesday, March 18, 2020