କରୋନାକୁ ନେଇ ଲଂଣ୍ଡନ ଗବେଷଣା ସଂସ୍ଥାର ଚାଂଚଲ୍ୟକର ଆକଳନ । ଫେବ୍ରୁଆରି ସୁଦ୍ଧା ଚୀନର ଉହାନରେ ସଂକ୍ରମିତ ହୋଇପାରନ୍ତି ୫ଲକ୍ଷ, ସତରେ କଣ କରୋନା ନେଲାଣି ୫୦ ହଜାର ମୁଣ୍ଡ !

343

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ ଚୀନରେ ସ୍ଥିତି ସାଂଘାତିକ । ମହାମାରୀ ଭଳି ବ୍ୟାପୁଛି କରୋନା । କିଛି ସପ୍ତାହରେ କରୋନା ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ଛୁଇଁପାରେ । ଏଭଳି ଚାଂଚଲ୍ୟକର ତଥ୍ୟ ଦେଇଛି ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ । ଏଭଳି ତଥ୍ୟ ସାରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । କରୋନା କିଭଳି ବ୍ୟାପୁଛି ସେ ନେଇ ଗବେଷଣା କରିବା ସମୟରେ ଏଭଳି ତଥ୍ୟ ସାମାନକୁ ଆସିଛି ।

ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ଉହାନର ୫ ଲକ୍ଷ ଲୋକଙ୍କ ପାଖରେ ଏହି ଭୂତାଣୁର ସଂକ୍ରମଣ ହୋଇପାରେ ବୋଲି ଗବେଷଣାରୁ ଜଣାପଡିଛି । ଏପଟେ, ଚୀନର ଜଣେ ଶିଳ୍ପପତି ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ପ୍ରତ୍ୟକ ଦିନ ଚୀନରେ ୧୨ ଶହରୁ ଅଧିକ ଶବ ସକ୍ରାର କରାଯାଉଛି । ଏବଂ ଏଯାଏ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।