କରୋନାର କୋକୁଆ ଭୟ । ଚୀନ ପରେ ଇରାନ, ଇଟାଲୀ ଓ ଆମେରିକାରେ ବ୍ୟାପିବାରେ ଲାଗିଛି ଭୂତାଣୁ

132

କନକ ବ୍ୟୁରୋ : ଇରାନରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସ୍ଥିତି ଗମ୍ଭୀର । ରବିିବାର ଗୋଟିଏ ଦିନରେ ଇରାନରେ କରୋନା ସଂକ୍ରମଣରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ ଶହ ୪୦ ଛୁଇଁଛି । ସେହିପରି ଗତ ୨୪ ଘଂଟାରେ ଇରାନରେ ୧୨ ଶହ ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚୀନ ପରେ ଇଟାଲି ଆଗକୁ କରୋନା ଭୂତାଣୁକୁ ନେଇ ଜଟିଳ ସ୍ଥିତି ସାମ୍ନା କରିବ ବୋଲି କୁହାଯାଉଛି । ଏହାରି ଭିତରେ କରୋନାକୁ ନେଇ ଆମେରିକାରେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି । ଆମେରିକାରେ ୧୯ରେ ପହଁଚି ସାରିଲାଣି ।

ଏପରି ସ୍ଥିତିକୁ ନେଇ ଆମେରିକାର ନ୍ୟୁୟର୍କ ସହରରେ ଜୁରୁରୀକାଳୀନ ସ୍ଥିତି ଜାରି ହୋଇଛି । ନ୍ୟୁୟର୍କରେ ଆକ୍ରାନ୍ତ ସଂଖ୍ୟା ୮୯ ପହଁଚିବା ପରେ ସେଠାରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ଆମେରିକା ସରକାର । ଏହା ମଧ୍ୟରେ ଆମେରିକାର ପ୍ରାୟ ଅଧା ରାଜ୍ୟରେ କରୋନା ସଂକ୍ରମଣ ହୋଇସାରିଲାଣି । ଆଗକୁ ସ୍ଥିତି ଆହୁରୀ ଜଟିଳ ହେବାକୁ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ଏହାର ମୁକାବିଲା ନେଇ ପଦକ୍ଷେପ ଆରମ୍ଭ ହୋଇସାରିଛି ।