କମୁଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୨୫ଶହ ୪୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ : ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ପଜିଟିଭ ମାମଲା

142

କନକ ବ୍ୟୁରୋ : ଆଜି ରାଜ୍ୟରେ ୨୫ ଶହ ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ଶହ ୪ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ହଜାରେ ୪୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୧୩୪, ଅନୁଗୁଳରୁ ୨୦୮, ବାଲେଶ୍ୱରରୁ ୧୦୩, ମୟୂରଭଂଜରୁ ୧୨୦, ସୁନ୍ଦରଗଡ଼ରୁ ୧୬୧, ବରଗଡ଼ରୁ ୯୨,ବଲାଙ୍ଗୀରରୁ ୮୫, ଜଗତସିଂହପୁରରୁ ୮୬, ଯାଜପୁରରୁ ୯୦, ସମ୍ବଲପୁରରୁ ୮୪,ନୂଆପଡ଼ାରୁ ୮୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୨୩୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ଲକ୍ଷ ୨୪ ହଜାର ୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬ ହଜାର ୮୯୧ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେହିପରି ୨୪ ଘଂଟା ଭିତରେ କରୋନା କାରଣରୁ ୧୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ହଜାରେ ୨୨କୁ ବୃଦ୍ଧି ହୋଇଛି ।