କରୋନା: ୧୮ ଜିଲ୍ଲାରେ କାୟା ମେଲାଇଛି, ୧୪ ଜିଲ୍ଲାକୁ କବଜା କରିଛି… ଜଗତସିଂହପୁର-ମୟୂରଭଞ୍ଜକୁ ମିଶାଇ ଏବେ ୧୪ ଜିଲ୍ଲାରେ ଅଛନ୍ତି ସକ୍ରିୟ ସଂକ୍ରମିତ ।

675

କନକ ବ୍ୟୁରୋ: ଓଡିଶାର ୧୮ର ଜିଲ୍ଲାରେ କାୟା ମେଲାଇଛି କରୋନା । ମୋଟ ୧୮ ଜିଲ୍ଲାରେ କରୋନା ପଜିଟିଭ ବାହାରିଥିବା ବେଳେ ୧୪ ଜିଲ୍ଲାକୁ କବଜା କରିଛି କରୋନା । ଅର୍ଥାତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ମୋଟ ୧୮ଟି ଜିଲ୍ଲା ମଧ୍ୟରୁ ୧୪ଟି ଜିଲ୍ଲାରେ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ତେବେ ଗତକାଲି ଜଗତସିଂହପୁରରେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୭ଟି ଜିଲ୍ଲାରେ କରୋନା ଛୁଇଁଥିବା ସ୍ପଷ୍ଟ ହୋଇଥିଲା । ଆଉ ଆଜି ମୟୂରଭଞ୍ଜରେ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏବେ ୧୮ଟି ଜିଲ୍ଲାରେ କରୋନା ପଜିଟିଭ ବାହାରିଥିବା ସ୍ପଷ୍ଟ କରିଛନ୍ତି ସରକାର ।

ତେବେ ଯାଜପୁର ଜିଲ୍ଲାରେ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ନମ୍ବର ୧ ଆକ୍ରାନ୍ତ ଜିଲ୍ଲାରେ ଅଛି ଯାଜପୁର । ମୋଟ ୫୫ରୁ ୧ ସୁସ୍ଥ ହୋଇଛନ୍ତି ଅନ୍ୟ ୫୪ ଜଣ ସକ୍ରିୟ ରହିଛନ୍ତି । ସେହିପରି ୨ ନମ୍ବର ସ୍ଥାନରେ ଖୋର୍ଦ୍ଧ, ୩ ନମ୍ବରରେ ବାଲେଶ୍ୱର, ୪ ନମ୍ବରରେ ଭଦ୍ରକ ରହିଥିବା ବେଳେ ଗଞ୍ଜାମରେ ବି ଭଦ୍ରକ ଭଳି ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ୨୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ରେଡ୍ ଜୋନକୁ ଆସିଛି ଗଞ୍ଜାମ । ଅନ୍ୟ ୨ ଜିଲ୍ଲାରେ ନୂଆ ପଜିଟିଭ ବାହାରିବା ପରେ ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନ ଘୋଷଣା କରାଯାଇଛି । ପୂର୍ବରୁ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ ଘୋଷଣା କରାଯାଇଥିଲା । ତେବେ ଓଡିଶା ବାହାରୁ ଆଜି ଫେରିଛନ୍ତି ୪, ୨୨୫ ଜଣ ଓଡିଆ । ମେ ୩ ପର ଠାରୁ ଆଜି ଯାଏଁ ମୋଟ ୩୯, ୭୬୫ ଜଣ ଓଡିଆ ଘରକୁ ଫେରିଲେଣି ବୋଲି ସଚିବ ସଞ୍ଜୟ ସିଂହ କହିଛନ୍ତି ।