୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ : ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ , ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫

104

ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ଏପରି ସମୟରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୪ ଦିନ ଭିତରେ ୟୁକେରୁ ଓଡିଶାକୁ ଆସିଥିବା ୪୩ ଜଣ ଯାତ୍ରୀଙ୍କ ତାଲିକା ଜାରି କରାଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବ୍ରିଟେନରୁ ଭୁବନେଶ୍ୱରକୁ ସର୍ବାଧିକ ଯାତ୍ରୀ ଆସିଛନ୍ତି । ବ୍ରିଟେନରୁ ଭୁବନେଶ୍ୱରକୁ ୨୧ଜଣ, କଟକକୁ ଆସିଛନ୍ତି ୫ ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ, ନୟାଗଡକୁ ୨ ଜଣ, ନବରଙ୍ଗପୁର ୨ ଜଣ ଆସିଛନ୍ତି । ସେହିପରି ସମ୍ବଲପୁର, ରାଜଗାଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, ସାକ୍ଷୀଗୋପାଳ, ବଲାଙ୍ଗିର, ନୟାଗଡ ଓ ଯାଜପୁରକୁ ଜଣେ ଲେଖାଏଁ ଯାତ୍ରୀ ଆସିଛନ୍ତି । ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ୫୦ରୁ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରୁଥିବା ଜଣାପଡିବା ପରେ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ସରକାର ।