କାୟା ମେଲାଉଛି ‘କରୋନା’: କରୋନା ତାଲିକାରେ ସାମିଲ ହେଲା ଅନୁଗୁଳ; ଆଜି ଏକାବେଳକେ ୧୩ ସଂକ୍ରମିତ ଚିହ୍ନଟ; ରାଜ୍ୟର ୨୦ଟି ଜିଲ୍ଲାକୁ ବ୍ୟାପିଲା କରୋନା ମହାମାରୀ

673

କନକ ବ୍ୟୁରୋ: କରୋନା ତାଲିକାରେ ସାମିଲ ହୋଇଛି ଅନୁଗୁଳ ଜିଲ୍ଲା । ଧିରେ ଧିରେ ରାଜ୍ୟର ଗ୍ରୀନ ଜୋନରେ କରୋନା ପ୍ରବେଶ କରୁଛି । ଆଜି ଅନୁଗୁଳରେ ୧୩ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛି । ଅନୁଗୁଳକୁ ମିଶାଇ ଏବେ ରାଜ୍ୟର ୨୦ଟି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୩୫୨ ଜଣ କରୋନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୮୧ଟି ଆକ୍ଟିଭ ମାମଲା ରହିଛି । ୬୮ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ସେପଟେ, ମହାମାରୀ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଆଜି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ବ୍ରହ୍ମପୁରରୁ ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଭୂତାଣୁ ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରର ୨ ଜଣ କରୋନାରେ ଆଖି ବୁଝିଥିଲେ ।

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଆଜି ୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ ଟପିଛି । ଏବେ ୩୫୨ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଗଂଜାମର ୨୯, ବାଲେଶ୍ୱରର ୧୫, ଅନୁଗୁଳ ୧୩, ମୟୂରଭଂଜରେ ଜଣେ ପଜିଟିଭ ଚିହ୍ନଟ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଚିଛି । ଜିଲ୍ଲାରେ ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ବାଲେଶ୍ୱରର ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢିଛି । ବାଲେଶ୍ୱରରେ ଆଜିର ୧୫ ଜଣଙ୍କୁ ନେଇ ଆକ୍ରାନ୍ତଙ୍କ ତାଲିକା ୪୨କୁ ବୃଦ୍ଧି ହୋଇଛି । ଅନୁଗୁଳରେ ୧୩ ନୂଆ ଆକ୍ରାନ୍ତ ଥିବା ବେଳେ ମୟୂରଭଂଜରେ ନୂଆ ଜଣେ ପଜିଟିଭକୁ ନେଇ ଆକ୍ରାନ୍ତ ତାଲିକା ୮ରେ ପହଂଚିଛି ।