କରୋନାର ଆତଙ୍କରେ ଜାପାନ ବାସୀ : ଭାଇରସ୍ ରୁ ଦୂରେଇ ରହିବା ପାଇଁ ଜାହାଜରେ କଏଦ୍ ହେଲେ ସାଢେ ୩ ହଜାର ଲୋକ ।

କରୋନାର ଆତଙ୍କରେ ଜାପାନ ବାସୀ : ଭାଇରସ୍ ରୁ ଦୂରେଇ ରହିବା ପାଇଁ ଜାହାଜରେ କଏଦ୍ ହେଲେ ସାଢେ ୩ ହଜାର ଲୋକ ।

ସାରା ଦେଶରେ କୋକୁଆ ଭୟ ସୃଷ୍ଟି କରୁଛି କରୋନା । ସେଥିପାଇଁ ଦେଶରେ ଆଡଭାଇଜରି ଜାରି କରାଯାଇଛି । କରୋନା ଆକ୍ରାନ୍ତ ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଭାଇରସକୁ ନଜରରେ ରଖି ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଜାପାନ ଜାହାଜର ସାହାଯ୍ୟ ନେଇଛନ୍ତି । ତେବେ ବର୍ତ୍ତମାନ ଜାହାଜରେ ଥିବା ୧୦ ଜଣ ଲୋକ ସଂକ୍ରମିତ ଥିବା ଜଣାପଡିଛି । ଏଥି ସହିତ କ୍ରୁଜରେ ଯାତାୟାତ କରୁଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ଜାପାନର ‘ଡାୟମଣ୍ଡ ପ୍ରିଂସେଜ’ କ୍ରୁଜରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭୩ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି ।publive-image

ସୂଚନା ମୁତାବକ, କ୍ରୁଜରେ ପାଖାପାଖି ୩୭୦୦ ଯାତ୍ରୀ ଅଛନ୍ତି । ସେହି ଯାତ୍ରୀମାନେ ପ୍ରାୟ ୧୪ ଦିନ ଯାଏଁ ଜାହାଜରେ ରହିବେ ବୋଲି ମଧ୍ୟ ଜଣାପଡୁଛି। ଜଣେ ୮୦ ବର୍ଷିୟ ବୃଦ୍ଧ କରୋନାରେ ଆକ୍ରାନ୍ତ ଥିବା କାରଣରୁ ଜାପାନ ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ସୂଚନା ମିଳିଛି। ଚୀନରେ ମହାମାରୀ ରୂପ ଧାରଣ କରିଥିବା କରୋନାରେ ମୃତ୍ୟୁ ସଂଖ୍ୟା ୬୩୬ ରେ ପହଂଚିଛି । ପ୍ରତିଦିନ ହଜାରରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହେଉଛନ୍ତି । publive-image

ସୂଚନାଯୋଗ୍ୟ, ୱାଲ୍ଡ ହେଲ୍ଥ ଅର୍ଗନାଇଜେସନ ପକ୍ଷରୁ କରୋନାକୁ ଗ୍ଲୋବାଲ ଏମରଜେନ୍ସି ଘୋଷିତ କରାଯାଇଛି । ସାରା ଦେଶରୁ କରୋନା ସଂକ୍ରମିତ ଘଟଣା ସମ୍ପର୍କରେ ସୂଚନା ମିଳୁଛି । publive-image

କେବଳ ଜାପାନ ନୁହେଁ ଏହା ପୂର୍ବରୁ ଇଟାଲିର ରୋମ ଅଞ୍ଚଳରେ ମଧ୍ୟ ଏକ ଜାହାଜକୁ ଅଟକାଇ ଦିଆଯାଇଥିଲା । କାରଣ ସେହି ସମୟରେ ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯାଇଥିଲା । ଜାହାଜରେ ପାଖାପାଖି ୬୦୦୦ ଯାତ୍ରୀ ଉପସ୍ଥିତ ଥିଲେ ।publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe