କନକ ବ୍ୟୁରୋ: ଓଡିଶାରେ କରୋନାର ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଲୋକଙ୍କୁ ସତର୍କ ଏବଂ ସଚେତନ କରିବାକୁ ସବୁ ଦିଗରୁ ପ୍ରଚେଷ୍ଟା ଚଳାଇଛନ୍ତି ସରକାର । ତେବେ କୋରାନକୁ ନେଇ ଲୋକେ ଯେମିତି ଭୟ ନକରନ୍ତି, ପରିସ୍ଥିତିର ସାମ୍ନା କରି ତାର ମୁକାବିଲା କରନ୍ତି ସେନେଇ ସରକାର ସଜାଗ ରହିଛନ୍ତି ଆଉ କରୋନା ଉପରେ ଟିକନିକ ତଥ୍ୟ ଦେଉଛନ୍ତି ।

Advertisment

publive-image

ତେବେ ଓଡିଶାରେ ଯେମିତି ଜଣେ ବି କେହି ସନ୍ଦିଗ୍ଧ ରହିନଯାଆନ୍ତି ଆଉ ତାଙ୍କ ପାଇଁ ଅନ୍ୟମାନେ ଅସୁବିଧାରେ ନପଡନ୍ତି । ସେଥିପାଇଁ ରାଜ୍ୟ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ କରୋନା ପଞ୍ଜୀକରଣ ପାଇଁ ଏକ ପୋର୍ଟାଲ ଲୋକାର୍ପଣ କରିଛନ୍ତି । ଆଉ ଏହି ପୋର୍ଟାଲରେ ବାହାରୁ ଆସୁଥିବା ଲୋକ ନିଜ ସମ୍ପର୍କରେ ତଥ୍ୟ ଦେବେ । ଯଦି କେହି ବିଦେଶରୁ ଆସୁଛନ୍ତି ବା ବିଦେଶ ବୁଲାବୁଲି କରି ମାର୍ଚ୍ଚ ୪ ପରେ ଫେରିଛନ୍ତି । ସେମାନେ ନିଜ ସମ୍ପର୍କରେ ସରକାରଙ୍କୁ ତଥ୍ୟ ଦେବାକୁ ଏହି ୱେବସାଇଟର ବ୍ୟବସ୍ଥା କରାଯାଇଛି ।

publive-image

ତେବେ ଯଦି କେହି କରୋନା ନେଇ କୌଣସି ତଥ୍ୟ ଜାଣିବାକୁ ଚାହୁଁଛନ୍ତି କିମ୍ବା ନିଜ ବିଷୟରେ ତଥ୍ୟ ଦେବାକୁ ଚାହୁଁଛନ୍ତି ତେବେ ସେମାନେ ୱେବସାଇଟରେ ଥିବା ହେଲ୍ପଲାଇନ ନମ୍ବର ୧୦୪ରେ କଲ କରି ଟିକନିକ ତଥ୍ୟ ଜାଣିପାରିବେ । ସବୁଠାରୁ ବଡ କଥା ହେଉଛି ଗତ ୨୪ ଘଣ୍ଟା ଭିତରେ ହେଲ୍ପଲାଇନ ନମ୍ବରକୁ ୧୦ ହଜାର ଫୋନ କଲ ଆସିଛି । ଆଜି ମୋଟ ୧୨୩୯ ଜଣ ପଞ୍ଜୀକରଣ କରିଛନ୍ତି । ରେଜିଷ୍ଟ୍ରେସନ କରିଥିବା ଉପରୋକ୍ତ ବ୍ୟକ୍ତିଙ୍କ ମଧ୍ୟରୁ କଲ କରି ୫୫୪ ଜଣ ଏବଂ ୱେବସାଇଟରେ ଫର୍ମ ପୂରଣ କରି ୬୮୫ ଜଣ ନାମ ପଞ୍ଜୀକରଣ କରିଛନ୍ତି । ତେବେ ଏହି ୧୦୪ ନମ୍ବରକୁ ବଢାଇବା ସହ କ୍ରିଷ୍ଣନ କୁମାରଙ୍କୁ ଏହି ହେଲ୍ପଲାଇନ ନମ୍ବରର ନେତୃତ୍ୱ ନେଉଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

publive-image

ସେପଟେ ସରକାରଙ୍କ ଅନଲାଇନ କୋଭିଡ ପୋର୍ଟାଲରେ ସ୍ୱେଚ୍ଛାକୃତ ଭାବେ ପୁରୀ ଗଜପତି ମହାରାଜ ପଞ୍ଜୀକରଣ କରିଥିବାକୁ ତାଙ୍କୁ ସ୍ୱାଗତ କରିଛନ୍ତି ସୁବ୍ରତ ବାଗଚୀ । ମହାରାଜ ତାଙ୍କ ପତ୍ନୀ ଏବଂ ପୂରା ପରିବାର ଆମେରିକାରୁ ଫେରି ପଞ୍ଜୀକରଣ କରିଛନ୍ତି । ଅନ୍ୟପଟେ ଓଏମସି ଏବଂ କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରି ସରକାରଙ୍କୁ ନିଜ ତଥ୍ୟ ଦେଇଛନ୍ତି । ପୋର୍ଟାଲରେ ସେ ପଞ୍ଜୀକରଣ କରିବା ସହ ହୋମ କ୍ୱାରେଣ୍ଟାଇନରେ ଥିବା ଭିନିଲ ଏକ ଭିଡିଓ ମାଧ୍ୟମରେ ଅନ୍ୟକୁ ପଞ୍ଜୀକରଣ କରିବାକୁ ବାର୍ତ୍ତା ଦେଇଛନ୍ତି ।