କରୋନାକୁ ନେଇ ଭଲ ଖବର । ଦେଶରେ ୯ଲକ୍ଷ ତଳକୁ ଖସିଲା ସକ୍ରିୟ କରେନା ଆକ୍ରାନ୍ତଙ୍କ ସଂଖ୍ୟା, ମାସେ ହେଲାଣି କରୋନା ମିଟର ତଳମୁହାଁ

217

କନକ ବ୍ୟୁରୋ : କରୋନାକୁ ନେଇ ଆସିଛି ଭଲ ଖବର । ଦେଶରେ ୯ଲକ୍ଷ ତଳକୁ ଖସିଛି ସକ୍ରିୟ କରେନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରାୟ ଗୋଟିଏ ମାସ ଧରି କରୋନା ମିଟର ତଳମୁହାଁ ରହିବା ସହ ସୁସ୍ଥଙ୍କ ସଂଖ୍ୟା ବଢ଼ିବା କାରଣରୁ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ତଳକୁ ଖସିଛି । ବର୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାରରେ ପହଂଚିଛି ।

ଗୁରୁବାର ଗୋଟିଏ ଦିନରେ  ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଏହି ଦିନ ସୁସ୍ଥ ହୋଇଥିଲେ,  ୭୮ ହଜାର ୩୬୫ ଆକ୍ରାନ୍ତ । ବଡ଼ କଥା ହେଉଛି ଦେଶରେ ଧିରେ ଧିରେ ସୁସ୍ଥଙ୍କ ସଂଖ୍ୟା ବଢୁଥିବା କାରଣରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ତିନି ସପ୍ତାହ ହେଲାଣୀ କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।