କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଆକ୍ରାନ୍ତ ସଂଖ୍ୟା ଟପିଲା ୬୦

କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ଯାଏଁ ବନ୍ଦ ରହିବ ସମସ୍ତ ସିନେମା ହଲ । ପରୀକ୍ଷା ସରିଥିଲେ ସ୍କୁଲ-କଲେଜ ବି ଛୁଟି

କନକ ବ୍ୟୁରୋ : କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସାରା ବିଶ୍ୱରେ ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ବିଶ୍ୱ ମହାମାରୀ ରୂପେ ଘୋଷଣା କରିଛି ଡବ୍ଲୁଏଚଓ । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ହେଲଥ ଏମରଜେନସି ବା ସ୍ୱାସ୍ଥ୍ୟ ଜନିତ ଜରୁରୀ ସ୍ଥିତି ବୋଲି ଘୋଷଣା କରାଯାଇଥିଲା । ସାରା ବିଶ୍ୱରେ ବର୍ତମାନ ଏକ ଲକ୍ଷ ୨୪ ହଜାର ୭୭୭ ଲୋକ କରୋନାରେ ସଂକ୍ରମିତ ଅଛନ୍ତି ।

ଏଥିରୁ ୪ହଜାର ୫୮୫ ଜଣଙ୍କର ମୃତ୍ୟୁ ହୋଇଛି । ବଡ କଥା ହେଉଛି, ୬୭ ହଜାର ଲୋକ କରୋନା ଆକ୍ରାନ୍ତ ହେବା ପରେ ମଧ୍ୟ ସୁସ୍ଥ ହୋଇଛନ୍ତି । ଆଉ ଯେତେବେଳେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଭାବେ ଘୋଷଣା କରୁଛି ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe