ଭାରତରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୫୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା : କେରଳ ଓ କର୍ଣ୍ଣାଟକରେ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ

536

କନକ ବ୍ୟୁରୋ : ଭାରତରେ ବର୍ତମାନ ବର୍ଷା ଯାଇ ଖରା ଆସିଯାଇଛି । ତଥାପି କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି । ପୁଣି ୧୪ ଜଣ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ କେବଳ କେରଳରୁ ୮ଜଣ, କର୍ଣ୍ଣାଟକରେ ୩ ଓ ମହାରାଷ୍ଟ୍ରରେ ଜଣେ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳଛି । ଆଉ ଯଦି ଏହି ସଂଖ୍ୟାକୁ ହିସାବକୁ ନିଆଯିବ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଁଚିବ ।

କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ୫୦ ଜଣ କରୋନାରେ ସଂକ୍ରମିତ ହୋଇଥିବା କୁହାଯାଇଛି । ଏବଂ କେରଳଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ଆଉ ଥରେ ପରୀକ୍ଷା ହେବ । ତାପରେ ସ୍ପଷ୍ଟ କରାଯିବ ଯେ ସେମାନେ କରୋନା ଆକ୍ରାନ୍ତ କି ନାହିଁ । ସେପଟେ ବିଶ୍ୱର ଶହେଟି ଦେଶକୁ କରୋନା ଭୂତାଣୁ ବ୍ୟାପିଥିବା ବେଳେ ମୃତକଙ୍କ ସଂଖ୍ୟା ୪ ହଜାର ଟପିଛି । ବିଶ୍ୱରେ ୧ ଲକ୍ଷ ୧୦ ହଜାରରୁ ଅଧିକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତେବେ କଟକ ଏସସିବିରେ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିବା ଓମାନ ଫେରନ୍ତା ଯୁବକଙ୍କର କରୋନା ନେଗେଟିଭ୍ ରିପୋର୍ଟ ଆସିଛି ।