କରୋନା ଭୂତାଣକୁ ନେଇ ହେଲଥ ଏମରଜେନ୍ସି ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାଇରସ ସଂକ୍ରମଣ ରୋକିବାକୁ ବିଶ୍ୱ ସମୁଦାୟକୁ ଅପିଲ : ସେପଟେ ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୦

108

କନକ ବ୍ୟୁରୋ : କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱାର୍ଲଡ ହେଲଥ ଇମାର୍ଜେନ୍ସି ବା ବୈଶ୍ୱିକ ମହାମାରୀ ଘୋଷଣା କରିଛି । କରୋନା ଭୂତାଣୁ ସଂକ୍ରମଣକୁ ଅସ୍ୱାଭାବିକ ଘଟଣା କହିବା ୱାର୍ଲଡ ହେଲଥ ଅର୍ଗାନାଇଜେସନ ସମସ୍ତ ଦେଶର ସରକାରଙ୍କୁ ଭୁତାଣୁ ବ୍ୟାପିବା ଉପରେ ତୁରନ୍ତ ରୋକିବା ପାଇ ପଦକ୍ଷେପ ନେବାକୁ ଅପିଲ କରିଛି । ଏଥିସହ ପ୍ରଭାବିତ ଦେଶ ପରସ୍ପର ମଧରେ ସମନ୍ୱୟ ରକ୍ଷା କରି ମୁକାବିଲା କରିବାକୁ ଅପିଲ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓର ନିର୍ଦ୍ଦଶକ ଟେଡ୍ରୋସ ଅଧାନୋମ କହିଛନ୍ତି, ସପ୍ତାହ ଭିତରେ କରୋନାକୁ ନେଇ ଆସିଥିବା ରିପୋର୍ଟ ଆତଙ୍କିତ କରିଛି ।

କରେନାକୁ ନେଇ ଭୟର ବାତାବରଣ ତିଆରି ହେଉଥିବାରୁ ଏହାକୁ ନେଇ ଏକ ଇଂଟରନେସନାଲ ହେଲଥ ଏମରଜେନ୍ସି ରେଗୁଲେସନ କମିଟି ଗଠନ କରାଯିବା ବୋଲି କହିଛନ୍ତି ଟେଡ୍ରୋସ । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାଇକଲ ରାୟନ କହିଛନ୍ତି, କରୋନା ଭାଇରସକୁ ନେଇ ସାରା ଦୁନିଆଁ ସତର୍କ ହେବାର ସମୟ ଆସିଛି । କରୋନା ଭୂତାଣୁର ପ୍ରକୋପ ଚୀନର ବୁହାନ ସହରରୁ ବାହାରି ବିଶ୍ୱର ୧୮ ଦେଶକୁ ବ୍ୟାପି ଗଲାଣି । ଏହି ଭୂତାଣୁର ସଂକ୍ରମଣରେ ଆସି ଚୀନରେ ବର୍ତମାନ ସୁଦ୍ଧା ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ହାଜର ୮ଶହ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।