କନକ ବ୍ୟୁରୋ : ଚୀନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ପ୍ରଥମ ବିଦେଶୀ ନାଗରିକଙ୍କ ଜୀବନ ଯାଇଛି । ହଂକଂରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଚୀନରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ୮୦୩ କୁ ବୃଦ୍ଧି ହୋଇଛି । ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୫୪୬ କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆଧିକାଂଶ ଆକ୍ରାନ୍ତ ସଂଖ୍ୟା କେନ୍ଦ୍ର ହୁବେଇ ପ୍ରୋଭିନ୍ସରୁ ଅଛନ୍ତି । ସାରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୮୦୦କୁ ବଢି ଯାଇଛି । ବଢୁଥିବା କରୋନା ସ୍ଥିତିକୁ ନେଇ ମୁକାବିଲା କରିବାକୁ ଚୀନ ସରକାର ଅତି କଠୋର ନୀତି ଆପଣାଇଲେଣିି ।
କରୋନା ଲୁଚାଇଲେ ଗିରଫ ହେବ । ସଂକ୍ରମଣ ରୋକିବାରେ ବାଧା ଦେଲେ ମିଳିବ ମୃତ୍ୟୁଦଣ୍ଡ । ଚୀନରେ କୌଣସି ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ସନ୍ଦେହ ହେଲେ ତାଙ୍କୁ ତୁରନ୍ତ ଚିକିତ୍ସା କ୍ୟାମ୍ପକୁ ଆସିବାକୁ କୁହାଯାଇଛି । ଭୂତାଣୁ ସଂକ୍ରମଣ ସତ୍ୱେ କେହି ପ୍ରଶାସନକୁ ନଜଣାଇଲେ , ମାସ୍କ ବ୍ୟବହାର ନକଲେ , ସେମାନଙ୍କ ସହିତ ତାଙ୍କର ପୁରା ପରିବାର ସଦସ୍ୟଙ୍କୁ ଗିରଫ କରି ସରକାରଙ୍କ ଦ୍ୱାରା ସ୍ଥାପିତ କ୍ୟାମ୍ପରେ ରଖିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏହ ମଧ୍ୟରେ ଉହାନରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ସବୁ ଲୋକଙ୍କ ଦେହର ତାପମାତ୍ରା ଯାଂଚ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/coronavirus2.jpg)